ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୩୬୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
4/11/2020 at 11:06 AM

ଭୁବନେଶ୍ବର ୪।୧୧: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୪୭୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୨ ମୃତକଙ୍କ ମଧ୍ୟରୁ ମାଲକାନଗିରି, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ଯାଜପୁର, ଝାରସୁଗୁଡା, କେନ୍ଦୁଝର ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Regret to inform the demise of twelve #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 4, 2020
1.A 65-year-old female of Malkangiri district who was also suffering from Hypertension.
2.A 40-year-old female of Malkangiri district who was also suffering from Chronic Liver Disease.
— H & FW Dept Odisha (@HFWOdisha) November 4, 2020
3.A 60-year-old male of Malkangiri district who was also suffering from Diabetes Mellitus and Hypertension.
4.A 71-year-old male of Bhubaneswar who was also suffering from Diabetes Mellitus and Hypertension.
— H & FW Dept Odisha (@HFWOdisha) November 4, 2020
5.A 65-year-old male of Jharsuguda district.
6.A 78-year-old male of Jajpur district who was also suffering from Diabetes Mellitus and Hypertension.
7.A 62-year-old male of Keonjhar district who was also suffering from Diabetes Mellitus.
— H & FW Dept Odisha (@HFWOdisha) November 4, 2020
8.A 78-year-old male of Bhubaneswar who was also suffering from Diabetes Mellitus and Hypertension.
9.A 74-year-old female of Rayagada district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 4, 2020
10.A 38-year-old male of Mayurbhanj district.
11.A 65-year-old male of Mayurbhanj district.
12.A 60-year-old male of Mayurbhanj district.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୫୮୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୮୦୫୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ୧୩୬୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୪୭୩୬୨୪୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।