LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚୀନ୍‌ରେ ମାତିଲା ସଂକ୍ରମଣ, ମେ’ ଶେଷ ସୁଦ୍ଧା ୪ କୋଟି ହେବେ ସଂକ୍ରମିତ

26/05/2023 at 10:58 AM

ବେଜିଂ ୨୬/୦୫: ଚୀନ୍‌ରେ ପୁଣି ମାତିଲାଣି କୋଭିଡ୍ । ପୁଣି କୋଭିଡ୍‌ ସଂକ୍ରମଣ ଉପରମୁହାଁ ହୋଇଛି । ଆସନ୍ତା ଜୁନ୍‌ରେ ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ସମୟରେ ସପ୍ତାହକୁ ପ୍ରାୟ ୬ କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି । ସଂକ୍ରମଣ ରୋକିବା ପାଇଁ ସରକାର ଟିକାକରଣ ବଢ଼ାଇଛନ୍ତି ।

ଗତ ଏପ୍ରିଲଠାରୁ ଓମିକ୍ରନ୍‌ର ଏକ୍ସବିବି ଭାରିଆଣ୍ଟ ଯୋଗୁ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମେ’ ଶେଷ ସୁଦ୍ଧା ସେଠାରେ ସପ୍ତାହକୁ ୪ କୋଟି ସଂକ୍ରମିତ ହୋଇପାରନ୍ତି । ପୂର୍ବ ଲହରରେ ଚୀନ୍‌ରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା । ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ଅଭାବ ପଡ଼ିବା ସହ ମୃତକଙ୍କ ପାଇଁ ସତ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ପରିବାର ଲୋକଙ୍କୁ ଧାଡ଼ିର ଛିଡ଼ା ହେବାର ଦୃଶ୍ୟ ସାମ୍‌ନାକୁ ଆସିଥିଲା ।

   Related Posts