LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦେଶରେ ବୋଲମାନୁନି କରୋନା; ଲଗାତାର ୫ମ ଦିନରେ ସଂକ୍ରମଣ ୧୦ ହଜାର ପାର୍, ଆକ୍ଟିଭ୍ କେସ୍ ୬୭ ହଜାର

23/04/2023 at 11:27 AM

ନୂଆଦିଲ୍ଲୀ: କରୋନାର ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ୧୦ ହଜାର ନୂଆ କେସ୍ ସମ୍ନାକୁ ଆସିଛି । ଶନିବାର ୧୨, ୧୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରବିବାର ସାମନ୍ୟ ହ୍ରାସ ପାଇଛି । ଗୋଟିଏ ଦିନରେ ୧୦, ୧୧୨ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି । ଦେଶରେ ବର୍ତ୍ତମାନ ସୁଧା କୋଭିଡ୍ ସକ୍ରିୟ ମାମଲା ୬୭, ୮୦୬ ରହିଛି । ସେହିପରି ୯, ୮୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।   

ପିଟିଆଇ ରିପୋର୍ଟ ଅନୁଯାୟୀ, କେବଳ ରାଜଧାନୀ ଦିଲ୍ଲୀରେ ଶନିବାର ୧,୫୧୫ ନୂଆ କେସ୍ ଚିହ୍ନଟ ହୋଇଥିଲା ଏବଂ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦେଶର ରାଜଧାନୀରେ କରୋନା ପିଜିଟିଭିଟି ରେଟକୁ ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତା ଘାରିଛି । ସଂକ୍ରମଣ ମାମଲାରେ ୨୬ ପ୍ରତିଶତରେ ପହଞ୍ଚିଛି । ଅନ୍ୟପଟେ ମହାରାଷ୍ଟ୍ରରେ ୮୫୦ ନୂଆ କୋଭିଡ୍  ମାମଲା ସାମ୍ନାକୁ ଆସିଥିବା ବେଳେ 4ଜଣଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଳାୟ ଦ୍ବାରା ରବିବାର ସକାଳୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ପୂରା ଦେଶରେ ୨୯ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୭ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୫, ୩୧, ୩୨୯ରେ ପହଞ୍ଚିଛି । ସେହିପରି ୪, ୪୨, ୯୨, ୮୫୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   Related Posts