ରାଜ୍ୟରେ ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

Published By : Prameya-News7 Bureau | July 06, 2021 IST

ଭୁବନେଶ୍ୱର ୦୬।୦୭ : ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର । ରାଜ୍ୟର ଉଭୟ ଘରୋଇ ଓ ସରକାରୀ କୋଭିଡ଼ ସେଣ୍ଟର ବନ୍ଦ ହେବ । ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ୍‌ ତଳମୁହାଁ ହୋଇଛି । ଯାହାଫଳରେ ରାଜ୍ୟରେ ଥିବା ସରକାରୀ ଏବଂ ଵେସରକାରୀ କୋଭିଡ଼ କେୟାର ସେଣ୍ଟର ବନ୍ଦ କରାଯିବ । ଯଦି କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ, ତେବେ ଆକ୍ରାନ୍ତ ଡିସ୍‌ଚାର୍ଯ ହେବା ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଡେଡିକେଟେଡ କୋଭିଡ଼ ହେଲ୍‌ଥ ସେଣ୍ଟର ଏବଂ ଡେଡିକେଟେଡ କୋଭିଡ଼ କେୟାର ସେଣ୍ଟର ତୄତୀୟ ଲହରକୁ ଦୄଷ୍ଟିରେ ରଖି ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉନଥିବେ ତେବେ ସରକାରଙ୍କ ଦ୍ବାରା ପରିଚାଳିତ ଘରୋଇ କୋଭିଡ଼ ହସ୍ପିଟାଲ ବନ୍ଦ ହେବ। ଆଗକୁ ହସ୍ପିଟାଲ ଗୁଡିକ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି।  ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.