ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

Published By : Prameya-News7 Bureau | June 05, 2021 IST

ଅନୁଗୁଳ ୦୫/୦୬: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ । ସାଂସଦ ବିଧାୟକଙ୍କୁ କହିଥିଲେ ଗୋଟିଏ ଦଳରେ ରହି ଏପରି ହୀନ ରାଜନୀତି କରି ଫିତାକାଟି କି ବାହାବା ନେଉଛ ।

wp:gallery {"ids":[461860],"linkTo":"none"} /wp:gallery

ଆଉ ସାଂସଦଙ୍କ କଥାକୁ ନାପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ବିଧାୟକଙ୍କ ଗୋଷ୍ଠି ସାଂସଦ ମହେଶ ସାହୁ ଡାଉନ ଡାଉନ ବୋଲି କହିବା ସହ ନାରା ଦେଉଥିଲେ । ଯାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.