ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କର୍ଣ୍ଣାଟକର୨ ଶିକ୍ଷାନୁଷ୍ଠାନରେ କରୋନା ବିସ୍ଫୋରଣ, ୩୩ ସଂକ୍ରମିତ, ରାଜ୍ୟରେ ଓମିକ୍ରନ ପଜିଟିଭଙ୍କ ସଂଖ୍ୟା ୫

18/12/2021 at 7:54 PM

ବେଙ୍ଗାଲୁରୁ ୧୮।୧୨: କର୍ଣ୍ଣାଟକର ୨ଟି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଏବେ ଚିନ୍ତାର ବିଷୟ ପାଲଟିଛି। ଏଥିରୁ ଗୋଟିଏ ଶିକ୍ଷାନୁଷ୍ଠାନର ୧୪ ଜଣ ସଂକ୍ରମିତ ମିଳିଥିବା ବେଳେ ଅନ୍ୟଟିରେ ୧୯ ଜଣ ସଂକ୍ରମିତ ହୋଇଛନ୍ତି। କୋଭିଡରେ ମୋଟ ୩୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବ୍ରିଟେନରୁ ଫେରିଥିବା ଜଣେ ପ୍ରବାସୀ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ପହଞ୍ଚିଛି। 

କର୍ଣ୍ଣାଟକ ସରକାର ସଂକ୍ରମଣ ଘଟଣାକୁ ରାଜ୍ୟରେ ସତର୍କ ଘଣ୍ଟି ଭାବେ ଗ୍ରହଣ କରିଛନ୍ତି। ଏକ ସମୟରେ ଗୋଟିଏ ସ୍ଥାନରୁ ଏତେ ସଂକ୍ରମିତ ମିଳିବା ମଧ୍ୟ ଚିନ୍ତାର ବିଷୟ। ଏଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ମଧ୍ୟ ନେଇଛନ୍ତି। ଏବେ ଦେଶରେ ମଧ୍ୟ ଓମିକ୍ରନ ତୀବ୍ର ବ୍ୟାପିବାରେ ଲାଗିଲାଣି। ଶୁକ୍ରବାର ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଶତକ ପୂରଣ କରିଥିଲା। ଏଣୁ ବୈଜ୍ଞାନିକମାନେ ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶକୁ କରୋନା ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ହୁଏତ ଦେଶରେ ତୃତୀୟ ଲହର କାଳରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିତୀୟ ଲହର ଅପେକ୍ଷା କମ୍‌ ରହିପାରେ ହେଲେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ପାର ହେବା ନିଶ୍ଚିତ ବୋଲି କୋଭିଡ-୧୯ ସୁପରମଡେଲ କମିଟି ଏବେଠୁ ଏହି ଅନୁମାନ କଲେଣି।  କମିଟିଙ୍କ ଅନୁସାରେ ତୃତୀୟ ଲହର ହୁଏତ ଦ୍ୱିତୀୟ ଲହର ଅପେକ୍ଷା କମ ଘାତକ ହୋଇପାରେ ହେଲେ ମାମଲା ସଂଖ୍ୟା ବଢିବା ନିଶ୍ଚିତ ବୋଲି ଆକଳନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତୀୟ ବିଶେଷଜ୍ଞଙ୍କ ନିକଟରେ ଓମିକ୍ରନକୁ ନେଇ ବିଶେଷ କିଛି ତଥ୍ୟ ନାହିଁ। ତେବେ ପ୍ରାରମ୍ଭିକ ଗବେଷଣାରୁ ଏହା ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ବୋଲି ବୈଜ୍ଞାନିକ ସ୍ପଷ୍ଟ ହୋଇଗଲେଣି।

ହଙ୍ଗକଙ୍ଗ ୟୁନିଭର୍ସିଟି ଭୂତାଣୁର ଏହି ଭାରିଏଣ୍ଟକୁ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ନିଶ୍ଚିତ କରିସାରିଲେଣି। ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓମିକ୍ରନ ଯୋଗୁ ବିଶ୍ୱରେ କରୋନା ପ୍ରତି ଦେଢ ଦିନରେ ଦୁଇଗୁଣା ହେଉଥିବା କହିଲେଣି। ଏହି ଭୂତାଣୁ ଖୁବ୍ ଶୀଘ୍ର କମ୍ୟୁନିଟି ଟ୍ରାନ୍ସମିଟ୍ ରେ ରୂପାନ୍ତରିତ ହେଉଥିବା ବେଳେ ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏବେ ଦୈନିକ ସେଠାରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ମିଳୁଥିବା ଜଣାପଡିଛି।

   Related Posts