ଘରୋଇ ହସ୍ପିଟାଲ ଏବଂ କୋଭିଡ୍ କେୟାର ସେଣ୍ଟରରେ କୋଭିଡ୍ ଶଯ୍ୟାର ଶୁଳ୍କ ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଖର୍ଚ୍ଚ ନିର୍ଦ୍ଧାରଣ କଲେ ସରକାର

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର, ୧୪|୦୮ :   ଘରୋଇ ହସ୍ପିଟାଲ ପାଇଁ କୋଭିଡ ଶଯ୍ୟାର ଶୁଳ୍କ ନିର୍ଦ୍ଧାରଣ କରାଯାଇଛି । ଏହାସହ କୋଭିଡ୍ କେୟାର ସେଣ୍ଟର ପାଇଁ ମଧ୍ୟ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି ।

ଘରୋଇ ହସ୍ପିଟାଲରେ ସାଧାରଣ ଶଯ୍ୟା ପାଇଁ ଦୈନିକ ଶୁଳ୍କ ହେଉଛି ୧୨ଶହରୁ ୩ ହଜାର ଟଙ୍କା । ଦୈନିକ ବ୍ୟବହାର୍ଯ୍ୟ ଖର୍ଚ୍ଚ ହେଉଛି ୧୭୫୦ ଟଙ୍କା ।  ସେହିପରି ଆଇସିୟୁ ଶଯ୍ୟା ପାଇଁ ଶୁଳ୍କ ୨ରୁ୫ ହଜାର ଟଙ୍କା, ଆଇସିୟୁରେ ଭେଣ୍ଟିଲେଟର ଲାଗିଲେ ଦୈନିକ ଶଯ୍ୟା ଶୁଳ୍କ ୨ରୁ ୫ ହଜାର ଟଙ୍କା । ଆଇସିୟୁରେ ଚିକିତ୍ସିତ ଆକ୍ରାନ୍ତଙ୍କ ଅନ୍ୟାନ୍ୟ ଖର୍ଚ୍ଚ ୧୨ ହଜାର ଭିତରେ ରହିବ । ପ୍ରତି କୋଭିଡ୍ ହସ୍ପିଟାଲ ପାଇଁ ଏହି ଦର ଲାଗୁ ହେବ । ତେବେ ଆଇସିୟୁ ବେଡ୍ ପିଛା ଦୈନିକ ସର୍ବନିମ୍ନ ୨ ହଜାର ଟଙ୍କାରୁ ସର୍ବାଧିକ ୧୮ ହଜାର ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ସରକାର ।

{"id":314696,"width":629,"height":472,"sizeSlug":"large"}

ସେହିପରି କୋଭିଡ୍ କେୟାର ସେଣ୍ଟର ପାଇଁ ଦୈନିକ ଶଯ୍ୟା ଶୁଳ୍କ ୧ ହଜାର ଟଙ୍କା ରହିବ । ସରକାରଙ୍କ ସହ ହୋଇଥିବା ବୁଝାମଣା ଅନୁସାରେ ହସ୍ପିଟାଲ ଏହିସବୁ ଶୁଳ୍କ ନେବେ ଏବଂ ଏହି ମୂଲ୍ୟ ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ । ଏହି ଦର ଲାଗୁ ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟିକୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ, ବ୍ୟବହାର୍ଯ୍ୟ ଖର୍ଚ୍ଚ ମଧ୍ୟରେ ଖାଇବା ଓ ଔଷଧ ଖର୍ଚ୍ଚ, ଲଣ୍ଡ୍ରି, ସାନିଟାଇଜେସନ, ଇନଭେଷ୍ଟିଗେସନ, ପିପିଇ, ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଖର୍ଚ୍ଚ ରହିଛି ।ଏହା ବ୍ୟତୀତ ସରକାର ତଦାରଖ ଟିମ୍ ବିକଶିତ କରିବାକୁ ଅନୁମୋଦନ କରିଛନ୍ତି । ଏହି ତଦାରଖ ଟିମ୍‌ରେ ଟେକ୍ନକିଲା ବ୍ୟକ୍ତି ବିଶେଷ ରହିବେ, ଯାହାଙ୍କର କି କୌଣସି ପ୍ରକାର ସ୍ୱାର୍ଥ୍ୟଜନିତ ଦ୍ୱନ୍ଦ୍ୱ ନଥିବ । ସେମାନେ କୋଭିଡ୍ ହସ୍ପିଟାଲରେ ଦିଆଯାଉଥିବା ଚିକିତ୍ସା ସୁବିଧା, ପରିଚାଳନାଗତ ମାନର ତଦାରଖ କରିବାକୁ ରାଜି ଥିବା ଦରକାର । ଏବଂ ସେମାନେ ମଞ୍ଜୁରୀପ୍ରାପ୍ତ ପିପିଇ ପିନ୍ଧି ସେସବୁ ସ୍ଥାନରେ ତାଙ୍କ କାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.