Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଦେଶରେ କମୁଛି Covid-19 ପ୍ରକୋପ ! ୧୮୮ ଦିନ ପରେ ସକ୍ରିୟ ମାମଲା ସଂଖ୍ୟାରେ ଦେଖା ଯାଇଛି ହ୍ରାସ

24/09/2021 at 4:25 PM

ନୂଆଦିଲ୍ଲୀ ୨୪।୯: ଦେଶରେ କୋଭିଡ-୧୯ର ପ୍ରକୋପ କମୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଜାରି କରିଥିବା ଅପଡେଟ୍‌ରୁ ଏହି ସୂଚନା ମିଳୁଛି। ଦେଶରେ  ଗୁରୁବାର ସୁଦ୍ଧା ମୋଟ ୩ଲକ୍ଷ ୧୬୮ଟି ସକ୍ରିୟ ମାମଲା ରହିଛି। ୧୮୮ ଦିନ ପରେ ସକ୍ରିୟ ମାମଲା ସଂଖ୍ୟା ଏହି ସ୍ତରକୁ ପହଞ୍ଚିଛି। ୨୦୨୦ ମସିହା ପରେ ଦେଶରେ ମୋଟ ସକରାତ୍ମକ ମାମଲାର ଏହା ୦.୮୯ ପ୍ରତିଶତ।

ଦେଶରେ ଦୈନିକ ସକରାତ୍ମକତା ହାର ଏବେ ୨ ପ୍ରତିଶତକୁ ହ୍ରାସ ହୋଇଛି। ଯାହା ଗତ ୨୫ ଦିନ ହେଲା ୩ ପ୍ରତିଶତରୁ ତଳେ ରହୁଥିଲା। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୫ଲକ୍ଷ ୬୫ ହଜାର ୬୯୬ଟି ନୂଆ ପରୀକ୍ଷଣ କରାଯାଇଥିବା ବେଳେ ୩୧ ହଜାର ୩୮୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ ଦେଶରେ କୋଭିଡ ମୃତ୍ୟୁ ଏବେବି ଥମିନି । ଗତ ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ସଂଖ୍ୟା ୩୦୦ ଟପିଯାଇଛି, ଏହି ସମୟରେ ୩୧୮ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ଗତ କିଛି ସପ୍ତାହ ହେଲା ମୃତ୍ୟୁ ହାର ୧.୩୩ ପ୍ରତିଶତରେ ସ୍ଥିର ରହିଛି।

କେରଳ ରାଜ୍ୟରେ ସଂକ୍ରମଣର ସବୁଠୁ ଅଧିକ ମାମଲା ରେକର୍ଡ ହେଉଛି। ଏଠାରେ ଗୁରୁବାର ନୂଆ ସ୍ପାଇକ୍‌ ଆସିଛି। ବୁଧବାର ରାଜ୍ୟରେ ମୋଟ ୧୯ ହଜାର ୬୭୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୧୯ ହଜାର ୬୮୨କୁ ପହଞ୍ଚିଛି। ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ନୂଆ ମାମଲା ପୁଣି ବଢିଛି। ରାଜ୍ୟରେ ବୁଧବାର ୩ ହଜାର ୩୨୦ ନୂଆ ମାମଲା ଚିହ୍ନଟ ହୋଇଥିଲା। ତେବେ ଗୁରୁବାର ଏହା ୩ ହଜାର ୬୦୮କୁ ପହଞ୍ଚିଛି। ଦେଶରେ ଗତ ୨୪ ଘଣ୍ଟାରେ ୩୨ ହଜାର ୫୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରିକୋଭରୀ ହାର ୯୭.୭୮ ପ୍ରତିଶତରେ ସ୍ଥିର ରହିଛି।

   Related Posts