Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚୀନରେ ମୁଣ୍ଡ ଟେକୁଛି କରୋନା, ସଂକ୍ରମଣ ନେଇ ଭାରତକୁ ଚେତାବନୀ ଦେଲେ ବିଶେଷଜ୍ଞ

29/05/2023 at 12:05 PM

ନୂଆଦିଲ୍ଲୀ ୨୯।୦୫: ପୁଣି ଚୀନକୁ ଘାରିଲାଣି କରୋନା ଡର । ନୂଆ ଭାଇରସ୍ XBB ମୁକାବିଲା କରିବାକୁ ପ୍ରସ୍ତୁତ ହେଲାଣି ଚୀନ । ଅନୁମାନ କରାଯାଉଛି ଯେ ଜୁନ୍ ମାସରେ ଦେଶରେ ୬.୫ କୋଟି ମାମଲା ସାମ୍ନାକୁ ଆସିପାରେ । ସେପଟେ ମହାମାରୀକୁ ନେଇ ବିଶେଷଜ୍ଞମାନେ ଦାବି କରିଛନ୍ତି କି ଦେଶକୁ ଡାକ୍ତରଖାନାଗୁଡିକୁ ଆଣ୍ଟି-ଭାଇରାଲ୍ ମେଡିସିନ୍ ଯୋଗାଇବା ପାଇଁ ପ୍ରସ୍ତୁତ ହେବା ଉଚିତ୍ ।

ରିପୋର୍ଟ ଅନୁଯାୟୀ, ଏହି ସମୟରେ ଚୀନ୍‌ର ଆର୍ଥିକ ସ୍ଥିତି ଯେପରି ବିପର୍ଯ୍ୟସ୍ତ ନହୁଏ, ସେଥିପାଇଁ  ସି ଜିନପିଙ୍ଗ ଲକଡାଉନ ବାରଣ କରିପାରନ୍ତି ।  ଏହାବ୍ୟତୀତ ଚାଇନାର ବିଶେଷଜ୍ଞମାନେ ନୂଆ ଭାଇରସକୁ ନେଇ ଭାରତକୁ ଚେତାବନୀ ଦେଇଛନ୍ତି । ଆକଳନ ଅନୁଯାୟୀ, ଆସନ୍ତା ମାସରେ ଚାଇନାରେ ପ୍ରତି ସପ୍ତାହରେ ୬୫ ନିୟୁତ ଲୋକ କରୋନାରେ ହେବେ ।

ଏହି କାରଣରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । ଦେଶରେ XBB ଭାରିଆଣ୍ଟ ବହୁତ ଦ୍ରୁତ ଗତିରେ ବଢୁଛି ।  କହିବାକୁ ଗଲେ XBB ହେଉଛି ଓମିକ୍ରନର ଏକ ଭ୍ୟାରିଆଣ୍ଟ । ଅଗଷ୍ଟ ୨୦୨୨ରେ ଏହା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ XBB ସବୁଠାରୁ ସଂକ୍ରାମକ ଭ୍ୟାରିଆଣ୍ଟ ମଧ୍ୟରୁ ଅନ୍ୟତମ ।

ଏହାପୂର୍ବରୁ ମେ ୨୭ରେ ଚାଇନାର ଜଣେ ବିଶେଷଜ୍ଞ ଜୋଙ୍ଗ ନାନଶାନ ଚେତାବନୀ ଦେଇଛନ୍ତି ଯେ ଏପ୍ରିଲର ଶେଷ ଦିନରେ ନୂଆ  ଭ୍ୟାରିଆଣ୍ଟର ଲହର ଆରମ୍ଭ ହୋଇଛି । ନାନଶାନ୍ କହିଛନ୍ତି, ଚୀନ୍ ପ୍ରତି ସପ୍ତାହରେ ୪୦ ନିୟୁତ ମାମଲା ଆଡକୁ ଗତି କରୁଛି । ଚୀନ୍ ପୂର୍ବରୁ ଦାବି କରିଥିଲା ​​ଯେ କରୋନାକୁ ରୋକିବାରେ ଏହାର ଟିକା ବେଶ୍ ପ୍ରଭାବଶାଳୀ । କିନ୍ତୁ ବର୍ତ୍ତମାନ ଏହାର ପୋଲ୍ ଖୋଲି ଯାଇଛି । ଚୀନ୍ର ଦୁଇଟି ଯାକ ଟିକା କରୋନା ସଂକ୍ରମଣ ରୋକିବାରେ ବିଫଳ ହୋଇଛି ।

ଚୀନ୍ ବର୍ତ୍ତମାନ ୩ରୁ ୪ଟି  ଟିକା ଅନୁମୋଦନ କରିବାକୁ ଯାଉଛି । ଚାଇନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କରୋନା ଜୀବାଣୁଙ୍କର ନୂଆ ଷ୍ଟ୍ରେନ୍ ଖୁବଶୀଘ୍ର ବ୍ୟାପିବ । ଏହା ଚଳିତ ବର୍ଷ ଭାରତରୁ ଆମେରିକା ଏବଂ ୟୁରୋପରେ ଚିନ୍ତାର ବିଷୟ ପାଲଟିବ । ସମ୍ପ୍ରତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ଜରୁରୀକାଳୀନ ସ୍ତରରୁ ହ୍ରାସ କରିଛି।

You Can Read:

   Related Posts