ଗବେଷଣାରେ ଦାବୀ : ସନ୍ଧାନୀ କୁକୁର ଏବେ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଚିହ୍ନଟ କରିବ କରୋନା ଭୂତାଣୁ

Published By : Prameya-News7 Bureau | May 17, 2022 IST

ଲଣ୍ଡନ ୧୭/୦୨ : ଏବେ ପ୍ରଶିକ୍ଷଣ ନେଇଥିବା ସନ୍ଧାନୀ କୁକୁରମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ମଧ୍ୟରେ କରୋନା ସଂକ୍ରମିତମାନଙ୍କୁ ଚିହ୍ନଟ କରିପାରିବେ। ଏକ ଗବେଷଣା ରିପୋର୍ଟରେ ଏହା ଦାବୀ କରାଯାଇଛି । ଏହି ଗବେଷଣା ରିପୋର୍ଟ ବିଏମଜେ ଗ୍ଲୋବାଲ ହେଲଥ୍‌ ଜର୍ନାଲରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ପ୍ରଶିକ୍ଷଣ ନେଇଥିବା ସନ୍ଧାନୀ କୁକୁରମାନେ ସାର୍ସ-ସିଓବି-୨(SARS-CoV-2) ରେ ସଂକ୍ରମିତ ଥିବା ବିମାନ ଯାତ୍ରୀମାନଙ୍କୁ ସଠୀକ ଭାବେ ଚିହ୍ନଟ କରିପାରିବେ। କୋଭିଡ ସଂକ୍ରମିତ ରୋଗୀମାନଙ୍କୁ ଚିହ୍ନଟ କରିବାରେ ଏହି ତରିକା ବହୁତ ମହତ୍ତ୍ୱପୂର୍ଣ୍ଣ କାରଣ ଏହା କେବଳ ସଂକ୍ରମଣ ଆରମ୍ଭରେ ରୋଗୀମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେବନାହିଁ ବରଂ ମହାମାରୀକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ନିଭାଇବ।   


ଅଧ୍ୟୟନରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼ିଛିଯେ ଏହି କୁକୁରମାନେ କରୋନାର ଆଲ୍ଫା ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ବହୁତ କମ୍‌ ସଫଳ ହେବେ କାରଣ ସେମାନଙ୍କୁ କରୋନାର ମୂଳ ଭୁତାଣୁକୁ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷିତ କରାଯାଇଛି। ଏଥିରୁ ଜଣା ପଡ଼ିଛିଯେ କୁକୁରମାନେ ବିଭିନ୍ନ ଧରଣର ଗନ୍ଧର ପାର୍ଥକ୍ୟ ଜାଣିବାରେ କେତେ ସକ୍ଷମ। କୁକୁର ଶରୀରରେ ହେଉଥିବା ବିଭିନ୍ନ ମେଟାବୋଲିକ ପ୍ରକ୍ରିୟା ସମୟରେ ନିର୍ଗତ ହେଉଥିବା ଜୈବିକ ଯୌଗିକକୁ ଚିହ୍ନଟ କରିବାରେ ବହୁତ ସକ୍ଷମ ହୋଇଥାଏ ଯେଉଁଥିରେ ବ୍ୟାକ୍ଟେରିଆ, ସଂକ୍ରମିତ ଓ ସଂକ୍ରମଣରୁ ସୃଷ୍ଟି ହୋଇଥିବା ଯୌଗିକ ମଧ୍ୟ ଯଡ଼ିତ ଥାଏ ବୋଲି କୁହାଯାଇଛି ।

ହେଲୋସିଙ୍କୀ ବିଶ୍ୱ ବିଦ୍ୟାଳୟ ଓ ଫିନଲାଣ୍ଡର ହେଲୋସିଙ୍କୀ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ୨୦୨୦ ରେ ସାର୍ସ-ସିଓଭି-୨କୁ ଚିହ୍ନଟ କରିବା ପାଇଁ ୪ଟି କୁକୁରଙ୍କୁ ପ୍ରିଶିକ୍ଷଣ ଦିଆଯାଇଥିଲା । ଏହି କୁକୁରମାନଙ୍କୁ ପୂର୍ବରୁ ମାଦକ ପଦାର୍ଥ ବା କ୍ଷତିକାରକ ବସ୍ତୁ ବା କର୍କଟ ରୋଗର ଜୀବାଣୁକୁ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କୁକୁରମାନଙ୍କୁ ପ୍ରିଶିକ୍ଷଣ ଦେବାପାଇଁ ୪୨୦ ଜଣ ସ୍ୱେଚ୍ଛାସେବୀ ତାଙ୍କ ତ୍ୱଚା ସ୍ୱାବ୍‌ର ନମୁନା ଦେଇଥିଲେ। ଏହି କୁକୁରମାନେ ସମସ୍ତ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ୧୧୪ ଜଣଙ୍କ ତ୍ୱଚା ନମୁନାକୁ ଶୁଙ୍ଘିଥିଲେ ଓ ଏହି ନମୁନାକୁ ଆରଟିପିସିଆର ପରୀକ୍ଷା କରାଯିବାରୁ ସମସ୍ତ ନମୁନା ସାର୍ସ-କୋଭ-୨ ପଜିଟିଭ ବୋଲି ଜଣା ପଡ଼ିଥିଲା ଓ  ବାକି ୩୦୬ ଜଣ ନେଗେଟିଭ ଆସିଥିଲା ।   

କରୋନା ପରୀକ୍ଷା ପାଇଁ ପ୍ରତ୍ୟକ କୁକୁରକୁ ୭ଟି ପରୀକ୍ଷଣ ବିଭାଗରେ ଅଲଗା ଅଲଗା ନମୁନାକୁ ଶୁଙ୍ଘିବାକୁ ଦିଆଯାଇଥିଲା। କେବଳ ସେତିକି ନୁହେଁ କୁକୁରମାନଙ୍କ ଦ୍ୱାରା କରାଯାଇଥିବା କରୋନା ପରୀକ୍ଷଣ ପଜିଟିଭ ମାମଲାର ସଠିକତା ୯୨ ପ୍ରତିଶତ ଠୀକ ଥିଲା  ଓ ନେଗେଟିଭ ମାମଲାର ସଠୀକତା ୯୧ ପ୍ରତିଶତ ଥିଲା। ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଏପ୍ରିଲ ମଧ୍ଯରେ ଫିନଲାଣ୍ଡର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆସୁଥିବା ୩୦୩ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଅଛି କି ନାହିଁ ଜାଣିବା ପାଇଁ ଏହି ୪ଟିକୁକୁରଙ୍କୁ ନିୟୋଜିତ କରାଯାଇଥିଲା। ବିମାନବନ୍ଦରରେ ପ୍ରତ୍ୟକ ଯାତ୍ରୀମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବା ସହିତ ସେମାନଙ୍କର ପ୍ରଶିକ୍ଷିତ ସନ୍ଧାନୀ କୁକୁରମାନଙ୍କ ଦ୍ୱାରା ମଧ୍ୟ ପରୀକ୍ଷା କରାଯାଇଥିଲା। ଏହିପରି କରାଯାଇଥିବା ପରୀକ୍ଷାରେ ସନ୍ଧାନୀ କୁକୁରଙ୍କ ଦ୍ୱାରା କରାଯାଇଥିବା ୨୯୬ଟି  ଫଳାଫଳ ସମାନ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.