ଚୀନ୍ ଭାକ୍‌ସିନ୍‌ ନେଲେ ହେବ ୭୩ଟି ସାଇଡ଼ ଇଫେକ୍ଟ, ବିଶ୍ୱର ସବୁଠାରୁ ଅସୁରକ୍ଷିତ ଟିକା-ବେଜିଂ ଡାକ୍ତରଙ୍କ ଦାବି

Published By : Prameya-News7 Bureau | January 09, 2021 IST

ବେଜିଂ ୦୯।୦୧: ସାରାବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଅନେକ ଦେଶ ନିଜ ନିଜ ଭାକ୍‌ସିନ୍‌ ପ୍ରସ୍ତୁତି ଦୌଡରେ ଲାଗିଛନ୍ତି । ଏପରିକି କିଛି ଦେଶରେ ମଧ୍ୟ ଭାକ୍‌ସିନ୍‌ର ପ୍ରୟୋଗ ଆରମ୍ଭ ହେଲାଣି । ଏସବୁ ଭିତରେ ଚିନ୍‌ ମଧ୍ୟ ନିଜ ଭାକ୍‌ସିନ୍‌ ସୁରକ୍ଷିତ ବୋଲି ଦାବି କରିଆସୁଛି । କିନ୍ତୁ ଯେତେ ଲୁଚାଇଲେ ବି ଚୀନ୍‌ର ସତ ଲୁଚିରହୁନାହିଁ । ଭାକସିନ୍‌ ନେଇ ଚୀନ୍‌ ଯେଉଁ ଦାବି କରିଆସୁଛି । ତାହାକୁ ମିଥ୍ୟା ପ୍ରମାଣିତ କରିଛନ୍ତି ଚୀନ୍‌ର ଜଣେ ଡାକ୍ତର । ବିଶ୍ୱର ସବୁଠାରୁ ଅସୁରକ୍ଷିତ ଚୀନ୍‌ର ଭାକ୍‌ସିନ୍ ବୋଲି ଡାକ୍ତର କହିଛନ୍ତି ।‌

ଚୀନ୍‌ ଡାକ୍ତର ତାଓ ଲିନା ଦାବି କରିଛନ୍ତି ଯେ, ଚୀନ୍‌ରେ ପ୍ରସ୍ତୁତ ହୋଇଥିବା ସାଇନୋଫାର୍ମା ଭାକସିନ୍‌ ଦୁନିଆରେ ସବୁଠାରୁ ଅସୁରକ୍ଷିତ ଭାକ୍‌ସିନ୍‌ । ଦୁନିଆରେ ସବୁଠାରୁ ଅଧିକ ଅସୁରକ୍ଷିତ ସାଇନୋଫାର୍ମା ଭାକ୍‌ସିନ୍ । ଏଥିରେ ୭୩ ପ୍ରତିଶତ ପାର୍ଶ୍ୱପ୍ରତିକ୍ରିୟା ଆଶଙ୍କା ରହିଛି । ଚୀନ୍‌ ଭାକ୍‌ସିନ୍‌ର ଟ୍ରାଏଲ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍ଣ୍ଣ ହୋଇନାହିଁ । ଯାହାକୁ ନେଇ ପାର୍ଶ୍ୱପ୍ରତିକ୍ରିୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । କିନ୍ତୁ ପରେ ଚୀନ୍‌ ସରକାରଙ୍କ ଚାପରେ ଡାକ୍ତର ତାଓ ନିଜ ବୟାନକୁ ଫେରାଇନେଇଥିଲେ ।

ଡେଲି ମେଲ୍‌ର ରିପୋର୍ଟ ଅନୁଯାୟୀ, ଡାକ୍ତର ତାଓ ଅଭିଯୋଗ ଆଣିଛନ୍ତି ଯେ, ପଶ୍ଚିମ ଦେଶର ମିଡିଆମାନେ ତାଙ୍କ କଥା ଓଲଟା ଭାବେ ପ୍ରତିପାଦନ କରିଛନ୍ତି । ଭାକ୍‌ସିନ୍‌ ନେଇ ଚିନ୍ତା ଅଛି, କିନ୍ତୁ ଗମ୍ଭୀର ନୁହେଁ । ପୂର୍ବରୁ ଦେଇଥିବା ବୟାନ ଏକ ବ୍ୟଙ୍ଗ ବୋଲି କହିଛନ୍ତି । ଚୀନ୍‌ ଚିକିତ୍ସା ପୁରା ସୁରକ୍ଷିତ , ଏବଂ କିଛି ଲୋକଙ୍କ ଭୁଲ ଯୋଗୁଁ ଏପରି ହୋଇଛି । ମୁଁ ମୋ ବୟାନକୁ ନେଇ ଭୁଲ୍‌ ମାଗୁଛି ବୋଲି ଡାକ୍ତର ତାଓ କହିଛନ୍ତି । ଏହାପୂର୍ବରୁ ଡାକ୍ତର ତାଓ ସାଇନୋଫାର୍ମା କରୋନା ଭାକ୍‌ସିନ୍‌ ନେଇ ଏକ ବ୍ଲଗ ଲେଖିଥିଲେ । ସେ ଆଶଙ୍କା କରିଥିଲେ କି, ଚୀନ୍‌ ଭାକସିନ୍‌ରେ ୭୩ ପ୍ରତିଶତ ସାଇଡ଼ ଇଫେକ୍ଟ ରହିଛି । ଇଞ୍ଜେକସନ ଲଗାଇବା  ପରେ ମୁଣ୍ଡ ବ୍ୟଥା, ହାଇ ବ୍ଲଡ଼ ପ୍ରେସର, ସ୍ୱାଦ ନଆସିବା, ଟୀକା ଲଗାଯାଇଥିବା ସ୍ଥାନରେ କଷ୍ଟ ଅନୁଭୁବ କରାଯାଉଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏପରିକି ଚୀନ୍‌ ସରକାରଙ୍କ ଚାପରେ ନିଜ ବୟାନ ଫେରାଇନେଇଥିଲେ ଡାକ୍ତର ତାଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.