ବିଶ୍ୱରେ ଆସି ସାରିଲାଣି କୋରନାର ତୃତୀୟ ଲହର, ଭାରତ ଏହାର ନିକଟରେ, ସତର୍କ କଲେ WHO

Published By : Prameya-News7 Bureau | July 15, 2021 IST

ଜେନେଭା : ସାରା ଦୁନିଆରେ କରୋନାର ତୃତୀୟ ଲହର ଆସି ସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଏକ ଘୋଷଣାରେ କହିଛନ୍ତି। ସେପଟେ ଡେଲ୍ଟା ଭାରିଆଣ୍ଟର ବଢୁଥିବା ସଂକ୍ରମଣ ଓ ଭୂତାଣୁରେ ହେଉଥିବା ମ୍ୟୁଟେସନକୁ ନେଇ ଭାରତରେ ମଧ୍ୟ ତୃତୀୟ ଲହର ଖୁବ୍ ଶୀଘ୍ର ଆସୁଥିବା ନେଇ ଏକ ବିଦେଶୀ ବ୍ରୋକରେଜ କମ୍ପାନୀ ସତର୍କ କରିଛି।

ୟୁଏନ ମିଡିଆ ୱିଙ୍ଗଙ୍କ ଅନୁସାରେ ଲଗାତାର ଚତୁର୍ଥ ସପ୍ତାହରେ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି।  ସେପଟେ ୧୦ ସପ୍ତାହର ସ୍ଥିରତା ପରେ ପୁଣି ମୃତ୍ୟୁହାର ବୃଦ୍ଧି ହେଉଥିବାର ସତର୍କ କରିଛନ୍ତି। ଉତ୍ତର ଆମେରିକାରେ ବ୍ୟାପକ ଟିକାକରଣ ମାଧ୍ୟମରେ କରୋନା ସଂକ୍ରମଣ ରୋକାଯାଇପାରିଥିଲା। ହେଲେ ପୁଣି ସଂକ୍ରମଣ ତୀବ୍ର ହେବାରେ ଲାଗିଛି। ଭୂତାଣୁ ନିଜର ପରିବର୍ତ୍ତନ କରିବାରେ ଲାଗିଛି। ଏହା ସହ ଅଧିକ ସଂକ୍ରାମକ ହେବା ସାଙ୍ଗକୁ ଘାତକ ମଧ୍ୟ ହେଉଛି। ଭୂତାଣୁର ଡେଲ୍ଟା ଭାରିଆଣ୍ଟ ବିଶ୍ୱର ୧୧୧ଟି ଦେଶରେ ସଂକ୍ରମଣ କରୁଛି। ଯେଉଁ ହାରରେ ସଂକ୍ରମଣ ହେଉଛି ଏଥିରୁ ଖୁବ୍ ଶୀଘ୍ର ସମଗ୍ର ବିଶ୍ୱକୁ କବଳିତ କରିବ ବୋଲି ଆଶଙ୍କା କରାଯାଉଥିବା ୟୁଏନ ଏଜେନ୍ସୀ କହିଛନ୍ତି।

{"id":481172,"width":841,"height":524,"sizeSlug":"large","linkDestination":"none"}

ଡେଲ୍ଟା ଭାରିଆଣ୍ଟର ଉତ୍ପତି ଭାରତରେ ହୋଇଥିଲା। ଗତ ଏପ୍ରିଲ-ମେ ମାସରେ ଭୂତାଣୁର ଏହି ପ୍ରକାର ଦେଶରେ ପ୍ରକୋପ କରିଥିବା ବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନିଅଣ୍ଟିଆ ପଡିଯାଇଥିଲା। ଦେଶରେ ସଂକ୍ରମଣ ହାର ହ୍ରସ ପରେ ବିଭିନ୍ନ ରାଜ୍ୟରେ ଏବେ କରୋନା କଟକଣା କୋହଳ କରାଯାଇଛି। ଏଥିରେ ଟିକାକରଣ ଧିମା ହୋଇଯିବା ଯୋଗୁ ତୃତୀୟ ଲହରର ଆଶଙ୍କା ଦୃଢ ହେବାରେ ଲାଗିଛି ବୋଲି  ୟୁବିଏସ ସିକ୍ୟୁରିଟିଜ୍ ଇଣ୍ଡିଆଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ତନ୍ୱୀ ଗୁପ୍ତା ଜୈନ କହିଛନ୍ତି।

ଜୈନ କହିଛନ୍ତି ଯେ ଦେଶର ଏବେ ଅଧିକାଂଶ ସଂକ୍ରମଣ ମାମଲା ୨୦ ପ୍ରତିଶତ ଜିଲ୍ଲାରୁ ଆସୁଛି। ଏଠାରେ ଦ୍ୱିତୀୟ ଲହର ଏବେବି ସମାପ୍ତ ହୋଇନଥିବା ବେଳେ ତୃତୀୟ ଲହରର କଳ୍ପନା ଜଳ୍ପନା ବଢିବାରେ ଲାଗିଛି। ଦେଶ ଇକୋନମିକ ପଏଣ୍ଟର ଏବେ ଧିରେ ଧିରେ ସାମାନ୍ୟ ହେଉଛି, ତଥାପି ମିଶ୍ରିତ ଫଳାଫଳ ଆସୁଛି। ଟ୍ରେନ ଓ ବିମାନରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଛି। ହେଲେ ଦେଶର ରାଜପଥ ଟୋଲ ସଂଗ୍ରହ ହାର ଏବେବି ଧାର୍ଯ୍ୟ ଲକ୍ଷଠାରୁ ବହୁତ କମ୍‌ ଥିବା ସେ ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.