LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦେଶରେ ଧୀମା ପଡିଲା କରୋନାର ବେଗ,  ଦୈନିକ ସଂକ୍ରମଣ ୨,୩୮୦କୁ ହ୍ରାସ

7/05/2023 at 3:28 PM

ନୂଆଦିଲ୍ଲୀ ୭।୫: ଦେଶରେ କରୋନା ସଂକ୍ରମଣର ବେଗ ଧିମେଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୩୮୦କୁ କମିଛି ବୋଲି କୁହାଯାଇଛି। ସେହିପରି ଦିନକ ପୂର୍ବରୁ ଦେଶରେ ଥିବା ସକ୍ରିୟ ମାମଲା ସଂଖ୍ୟା ୩୦ ହଜାର ୪୧ରୁ ୨୭ହଜାର ୨୧୨କୁ ଖସିଛି। ତେବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪.୪୯ କୋଟିକୁ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ସ୍ଥାନରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫,୩୧,୬୫୯ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଏବେ ଦେଶରେ ମୋଟ ଆକ୍ଟିଭ ମାମଲା ସଂଖ୍ୟା ୨୭ ହଜାର ୨୧୨ ରହିଛି। ଯାହା ମୋଟ ସଂକ୍ରମଣର ୦.୦୬ ପ୍ରତିଶତ। ସେହିପରି କୋଭିଡ-୧୯ରୁ ସୁସ୍ଥ ହେବାର ହାର ୯୮.୭୫ ପ୍ରତିଶତ ରେକର୍ଡ ହୋଇଛି। ଫଳରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୪,୧୦,୭୩୮କୁ ପହଞ୍ଚି ଯାଇଛି।

ମହାରାଷ୍ଟ୍ରରେ କରୋନାର ୧୭୬ଟି ନୂଆ ମାମଲା ଠାବ ହୋଇଛି। ଫଳରେ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢି ୮୧,୬୭,୩୪୨କୁ ପହଞ୍ଚିଛି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୧,୪୮,୫୩୬କୁ ପହଞ୍ଚିଛି। ଏଥିରେ ମୁମ୍ବାଇରେ କୋଭିଡ-୧୯ର ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗଙ୍କ ଅନୁସାରେ ଗତ ୨୪ ଘଣ୍ଟାରେ ମୋଟ ୪୮୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମହାରାଷ୍ଟ୍ରରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୮୦,୧୬, ୯୩୦ ହୋଇଯାଇଛି। ଏବେ ରାଜ୍ୟରେ ଚିକିତ୍ସାଧୀନ ମାମଲା ସଂଖ୍ୟା ୧,୮୭୬ ରହିଛି।   

   Related Posts