Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନ୍ତର୍ଜାତୀୟ ଯାତ୍ରୀଙ୍କ ଲାଗି କୋଭିଡ-୧୯ ନିୟମ କୋହଳ କଲେ କେନ୍ଦ୍ର ସରକାର, ଆଉ ହେବନି RT-PCR ଟେଷ୍ଟ

19/07/2023 at 9:44 PM

ନୂଆଦିଲ୍ଲୀ ୧୯।୭: ଭାରତରେ ଆଉ କୋଭିଡ-୧୯ ସଂକ୍ରମଣ ନାହିଁ। ଏହି କ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବୁଧବାର ଅନ୍ତର୍ଜାତୀୟ ଯାତ୍ରୀଙ୍କର ବିମାନ ବନ୍ଦରରେ ଆରଟି-ପିସିଆର ଟେଷ୍ଟ ପାଇଁ ରହିଥିବା ଗାଇଡଲାଇନକୁ କୋହଳ କରିଛନ୍ତି।  ମନ୍ତ୍ରାଳୟଙ୍କ ଅନୁସାରେ ଜୁଲାଇ ୨୦ ତାରିଖରୁ ବିମାନ ବନ୍ଦରରେ ଆଉ ଅନ୍ତର୍ଜାତୀୟ ଯାତ୍ରୀଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ। କୋହଳ ଗାଇଡଲାଇନ ବିମାନ ବନ୍ଦର ସମେତ ବନ୍ଦର, ଭୂମି ସୀମା ଓ ପ୍ରବେଶର ପ୍ରତ୍ୟେକ ବିନ୍ଦୁରେ ଲାଗୁ ହେବ।

ତେବେ ମନ୍ତ୍ରାଳୟ କହିଛନ୍ତି ଯେ ଯାତ୍ରା କାଳରେ ଯଦି କୌଣସି ଯାତ୍ରୀଙ୍କଠାରେ କୋଭିଡ ଲକ୍ଷଣ ପ୍ରକାଶ ପାଏ ତେବେ ତାଙ୍କୁ ପ୍ରୋଟକଲ ଅନୁସାରେ ପୃଥକ କରାଯିବ ନିୟମାନୁସାରେ ତାଙ୍କୁ ମାସ୍କ ପିନ୍ଧା ଯିବ ଓ ତାଙ୍କୁ ଫଲୋଅପ ଟ୍ରିଟମେଣ୍ଟ ଲାଗି ଆଇସୋଲେସନ ସୁବିଧାକୁ ଟ୍ରାନ୍ସଫର କରାଯିବ। ନୂଆ ଗାଇଡ ଲାଇନ ଅନୁସାରେ ଆଗମନରେ ଶାରୀରିକ ଦୂରତା ନିଶ୍ଚିତ କରି ଡି-ବୋର୍ଡିଂ କରାଯିବ। ପ୍ରବେଶ ସ୍ଥଳରେ ଉପସ୍ଥିତ ସ୍ୱାସ୍ଥ୍ୟ ଅଧିକାରୀ ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରିବେ।

ସ୍କ୍ରିନିଂ କାଳରେ ଯଦି କୌଣସି ଯାତ୍ରୀଙ୍କ ଠାରେ କୋଭିଡ-୧୯ର ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ତୁରନ୍ତ ପୃଥକ କରିଦିଆଯିବ ଓ ନିୟାମାନୁସାରେ ଅନ୍ୟ ପଦକ୍ଷେପ ନିଆଯିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ଏହା ମଧ୍ୟ କହିଛନ୍ତି ଯେ ସବୁ ଯାତ୍ରୀ ଆଗମନ ପରେ ନିଜ ସ୍ୱାସ୍ଥ୍ୟର ନିଜେ ଦେଖରେଖ କରିବା ଦରକାର । ଯଦି ତାଙ୍କ ଠାରେ କୋଭିଡ-୧୯ର ଲକ୍ଷଣ ଦେଖାଯାଉଥାଏ ତେବେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ରିପୋର୍ଟ କରିବାକୁ ହେବ ନଚେତ ଜାତୀୟ ହେଲପଲାଇନ ନମ୍ବର ୧୦୭୫ ଅଥବା ରାଜ୍ୟ ହେଲପଲାଇନ ନମ୍ବରରେ କଲ କରିବେ। ସାରା ଦେଶରେ ବୁଧବାର ୪୯ ଟି ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ସକ୍ରିୟ କେସ୍ ଲୋଡ ୧,୪୬୪କୁ ପହଞ୍ଚିଛି।  

twitterରେ ଲୋକଙ୍କ ଦ୍ୱାରା ସବୁଠୁ ଅଧିକ ଫଲୋ ହେଉଥିବା ନେତା ହେଲେ ମୋଦି, ପଛରେ ପଡିଲେ ବାଇଡେନ ଓ ସୁନକ

   Related Posts