ଦେଶରେ କରୋନା ଗ୍ରାଫ୍ ଉପରମୁହାଁ; ୨୪ ଘଣ୍ଟାରେ ୧୦ ହଜାର ନୂଆ ମାମଲା

Published By : Prameya-News7 Bureau | April 19, 2023 IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଦ୍ରୁତଗତି ବଢ଼ିଚାଲିଛି କରୋନା ଗ୍ରାଫ । ୨୪ ଘଣ୍ଟାରେ ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏକ ସପ୍ତାହ ମଧ୍ୟରେ ଦିନିକିଆ ସଂକ୍ରମଣ ରେକର୍ଡ ପାର୍ କରିଛନ୍ତି । ଗୋଟିଏ ଦିନରେ ୧୦, ୫୪୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ  ସର୍ବାଧିକ ୭,୬୩୩ଟି ମାମଲା ସାମ୍ନାକୁ ଆସିଥିଲା । ଦେଶରେ କରୋନାର ଦ୍ରୁତ ସଂକ୍ରମଣ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ କିଛି ରାଜ୍ୟ ଭୂତାଣୁ ପ୍ରକୋପକୁ ନଜରରେ ରଖି କଟକଣା ଲାଗୁ କରିଛନ୍ତି । ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।   

କରୋନା  ଦୈନିକ ପଜିଟିଭିଟ୍ ରେଟ୍ ୪.୩୯ ପ୍ରତିଶତ ରହିଛି । ମାତ୍ର ସାପ୍ତାହିକ ସଂକ୍ରମଣ ହାର ୫.୧୪ ପ୍ରତିଶତ ଛୁଇଁଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୬୩, ୫୬୨ ରହିଛି। ତେବେ ସୁସ୍ଥ ହାର ୯୮.୬୭ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ୮, ୧୭୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମଣ ଗ୍ରାଫକୁ ନଜର ପକାଇଲେ ମୋଟ୍ ୪,୪୨,୫୦,୬୪୯ କରୋନା କେସ୍ ରେକର୍ଡ ହୋଇଛି । ସେହିପରି ୨୪ ଘଣ୍ଟାରେ ୨, ୪୦, ୦୧୪ଟି ଟେଷ୍ଟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.