କେନ୍ଦ୍ରାପଡାରେ କୋଭିଡ୍‌-୧୯ ହସ୍ପିଟାଲ: ଜିଲ୍ଲା ପ୍ରଶାସନ ଓ ସମ୍‌ ହସ୍ପିଟାଲ ମଧ୍ୟରେ MOU

Published By : Prameya-News7 Bureau | April 13, 2020 IST

କେନ୍ଦ୍ରାପଡା୧୩/୪: କେନ୍ଦ୍ରାପଡ଼ାରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ l ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ବା MOU ସ୍ବାକ୍ଷର ହୋଇଛି l କେନ୍ଦ୍ରାପଡ଼ା ଜିଲ୍ଳାପାଳ ସମର୍ଥ ବର୍ମା ଓ ସମ୍ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପ ରାଜ ସାମନ୍ତ ସିଂହାର ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି।

{"id":253643,"sizeSlug":"large"}

 କୋଭିଡ-୧୯ ହସ୍ପିଟାଲ ପରିସରରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଉପ-ଜିଲ୍ଳାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ରାଉତ, ସମ୍ ହସ୍ପିଟାଲ ନିର୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ l

{"id":253644,"sizeSlug":"large"}

 ଆସନ୍ତା କାଲି ଏହି କୋଭିଡ ହସ୍ପିଟାଲଟି ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି l ସମ୍ ହସ୍ପିଟାଲ ପକ୍ଷରୁ ଏଠାରେ ୧୧୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି l ହସ୍ପିଟାଲରେ ଭେଣ୍ଟିଲେଟର, ଇସିଜି, ଇକୋ ଏବଂ ଏକ୍ସରେ ଆଦିର ବ୍ୟବସ୍ଥା କରାଯାଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ଡାକ୍ତର୍ ଅଶୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.