ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ଶୀଘ୍ର ସଂକ୍ରମିତ କରିପାରେ କରୋନା ଭାଇରସ୍ : ଦାବି କଲେ ବୈଜ୍ଞାନିକମାନେ
1/05/2020 at 7:50 PM

ନୂଆଦିଲ୍ଲୀ ୧/୫: ଭାରତୀୟ ସୂଚନା ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି),ଜୋଧପୁରର ବୈଜ୍ଞାନିକଙ୍କ ଏକ ଅଧ୍ୟୟନ ଅନୁସାରେ ଧୂମପାନ କରୁଥିବା ଲୋକେ କରୋନା ଭାଇରସ ସଂକ୍ରମିତ ହୋଇପାରନ୍ତି। ତନ୍ତ୍ରିକା ତନ୍ତ୍ରକୁ ପ୍ରଭାବିତ କରୁଥିବା କରୋନା ଭାଇରସର ପ୍ରକୃତି ଆଧାରରେ ଏହା ଦାବି କରାଯାଇଛି।
ଏହି ଅଧ୍ୟୟନରେ ସେମାନଙ୍କୁ ସଚେତନ କରାଯାଇଛି,ଯେଉଁମାନଙ୍କଠାରେ କୋଭିଡ-୧୯ର ଲକ୍ଷଣ ନଜର ଆସୁନାହିଁ କିନ୍ତୁ ତାଙ୍କ ଶୁଙ୍ଘିବାର କ୍ଷମତା କମ୍ ହୋଇଯାଇଛି ଏବଂ ଖାଇବା ସମୟରେ ସ୍ବାଦ ବାରିବା ଶକ୍ତି ମଧ୍ୟ କମି ଯାଇଛି। ଲୋକଙ୍କୁ ଏହି ଲକ୍ଷଣ ଜଣା ପଡ଼ିଲେ କ୍ବାରେଣ୍ଟାଇନରେ ରହିବା ଉଚିତ୍ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍।
ସଂକ୍ରମିତ ଲୋକଙ୍କ ଶୁଙ୍ଘିବା ଏବଂ ସ୍ବାଦ ବାରିବାର କ୍ଷମତା କମିଗଲେ ତାଙ୍କ ସମଗ୍ର ତନ୍ତ୍ରିକା ତନ୍ତ୍ରକୁ ଏବଂ ତାଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ସଂରଚନାକୁ ବିନାଶକାରୀ ପ୍ରଭାବ ସହ ଭାଇରସ୍ ସଂକ୍ରମଣ ପାଇଁ ସହଜ ଲକ୍ଷ୍ୟସ୍ଥଳ କରି ଦେଇଥାଏ। ଧୂମପାନ ମାନବ ଗ୍ରାହୀ ଏବଂ ନିକୋଟିନିକ୍ ଗ୍ରାହୀ ମଧ୍ୟରେ ସମ୍ପର୍କ ଯୋଗୁଁ କୋଭିଡ-୧୯ ସଂକ୍ରମଣର ଆଶଙ୍କା ବଢ଼ାଇପାରେ।
ଯେତେବେଳେ କୋଭିଡ-୧୯ ରୋଗୀଙ୍କ ମସ୍ତିଷ୍କର ଯାଞ୍ଚ କରାଯାଇଥାଏ, ସେତେବେଳେ ବୟସ୍କ ବ୍ୟକ୍ତି ଏବଂ ପୂର୍ବରୁ କୌଣସି ରୋଗଗ୍ରସ୍ତ ବ୍ୟକ୍ତି ଉପରେ ଧୂମପାନ ଫଳରେ ପଡ଼ୁଥିବା ପ୍ରଭାବକୁ ବିଶ୍ଲେଷଣ କରିବା ଦ୍ବାରା କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କଠାରେ ଧୂମପାନର ଅତିରିକ୍ତ ଆଶଙ୍କାକୁ ଭଲଭାବେ ବୁଝାଯାଇପାରିବ।