କାଳୁଆ ଯାତ୍ରା ପାଇଁ କଟକଣା : ପୋଲିସ କଡନ୍ରେ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ, ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି
17/09/2020 at 8:59 AM

ବ୍ରହ୍ମପୁର ୧୭।୦୯: କାଳୁଆ ଯାତ୍ରା ପାଇଁ କଟକଣା । ବ୍ରହ୍ମପୁର ଗୋସାଣି ନୂଆଗାଁ କାଳୁଆ ଯାତ୍ରା ପାଇଁ କଟକଣା ଲାଗୁ ହୋଇଛି । ପୋଲିସ୍ କଡନ୍ ମଧ୍ୟରେ ମନ୍ଦିରରୁ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ, ନଥିଲା ଶ୍ରଦ୍ଧାଳୁଙ୍କ ଭିଡ ।

କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଯାତ୍ରା ମଧ୍ୟ ବନ୍ଦ ରହିବ । କେବଳ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା ଚାଲିବ । କୋଭିଡ୍ ନିୟମକୁ ପାଳନ କରିବାକୁ ଯାତ୍ରା କମିଟିକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ସେପଟେ ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ନିରାଡମ୍ବରରେ ଭାବେ ଅନୁଷ୍ଠିତ ହେବ କାଳୁଆ ଯାତ୍ରା ।
Related Posts
କାଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି, ୪୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା
15 August 2022