LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ରେକ୍ ପରେ ପୁଣି ବିସ୍ଫୋରଣ; ୨୪ ଘଣ୍ଟାରେ ୧୨, ୧୯୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

22/04/2023 at 12:49 PM

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ବଢ଼ୁଛି ଗ୍ରାଫ୍ । ପ୍ରତିଦିନ ନୂଆ ସଂକ୍ରମଣ କେସ୍ ସାମ୍ନାକୁ ଆସୁଛି । ଶୁକ୍ରବାର ୭ ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ କରାଯାଇଥିଲା । ହେଲେ ୨୪ ଘଣ୍ଟାରେ ମାରାତ୍ମକ ଭୂତାଣୁ ପୁଣି ବୃଦ୍ଧି ପାଇଛି । ଶନିବାର ୧୨ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୧, ୬୯୨ । ସେହିପରି ସକ୍ରିୟ ମାମଲା ମଧ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି ।   

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ମୁତାବକ ଦେଶରେ ଶନିବାର ସକାଳ ସୁଧା କରୋନାର ସକ୍ରିୟ କେସ୍ ୬୭, ୫୫୬ରେ ପହଞ୍ଚିଛି । ଏଥିରୁ ଅଧିକାଂଶ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଶନିବାର ଦେଶରେ ୪୨ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ରିପୋର୍ଟ ମୁତାବକ, ଦିନକରେ ଦେଶରେ ୧୨, ୧୯୩ ନୂଆ କରୋନା କେସ୍ ସମ୍ନାକୁ ଆସିଛି । ଏହାକୁ ମିଶାଇଲେ ବର୍ତ୍ତମାନ ସୁଧା ୪, ୪୮, ୮୧, ୮୭୭ କେସ୍ ରେକର୍ଡ କରାଯାଇଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୫, ୩୧, ୩୦୦ରେ ପହଞ୍ଚିଛି ।  

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ରାଷ୍ଟ୍ରୀୟ ଟିକା କରଣ ଅଭିଯାନରେ ଦେଶରେ ଏପର୍ଯ୍ୟନ୍ତ ୨୨୦.୬୬ କୋଟି କୋଭିଡ୍ ଭ୍ୟାକ୍ସନ ନେଇଛନ୍ତି । ୪, ୪୨, ୮୩, ୦୨୧୬ଜଣ ଲୋକ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ।

   Related Posts