ଖୁସି ଖବର : କରୋନା ଭାକସିନ୍ କୋଭାକ୍ସିନ୍‌ର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍, ଦେଶରେ ପ୍ରସ୍ତୁତ ହୋଇଛି ଏହି ଟିକା

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ,୦୮/୧୨:  ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ ପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଏବେ କୋଭାକସିନ୍ର ଜରୁରୀକାଳୀନ ବ୍ୟବହାର ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିଜିସିଏଙ୍କ ନିକଟରେ ଆବେଦନ କରିଛି ।

ଇଣ୍ଡିଆନ ମେଡିକାଲ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ସହ ମିଳିତ ଭାବରେ ଭାରତ ବାୟୋଟେକ୍ ଏହି ସ୍ବଦେଶୀ ଟିକା ବିକଶିତ କରିଛି । ଖୁବଶୀଘ୍ର ଭାରତରେ ଟିକା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଏହାପରେ ଗତ ୪ତାରିଖରେ ଫାଇଜର ଏବଂ ଏବେ ସେରମ୍ ଇନଷ୍ଟିଚ୍ୟୁଟ ଅକ୍ସଫୋର୍ଡ ଭାକସିନ୍ କୋଭାସିଲ୍ଡର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମାଗିଥିଲେ ।

ସେରମ ଇନଷ୍ଟିଚ୍ୟୁଟ୍ ଅପ୍ ଇଣ୍ଡିଆ ଦେଶର ଆବଶ୍ୟକତା ତଥା ଜନତାଙ୍କ ହିତ ଦୃଷ୍ଟିରୁ କୋଭିସିଲ୍ଡ ଭାକସିନକୁ ମଞ୍ଜୁରୀ ଦେବା ପାଇଁ ଅନୁରୋଧ କରିଥିଲା । ଏହାପୂର୍ବରୁ ଶନିବାର ଆମେରିକୀୟ କମ୍ପାନୀ ଫାଇଜର ଡିଜିସିଆଇଙ୍କୁ ନିଜର ଟିକାକୁ ମଞ୍ଜୁରୀ ଦେବାକୁ ଆବେଦନ କରିଥିଲା ।

ସେରମ ଇନଷ୍ଟିଚ୍ୟୁଟ୍ ଡିଜିସିଆଇଙ୍କ ନିକଟରେ ଆବେଦନ କରି କହିଥିଲା ଯେ, ଭାକସିନର କ୍ଲିନିକାଲ ପରୀକ୍ଷଣରେ ୪ଟି ବିଭିନ୍ନ ତଥ୍ୟକୁ ଆଧାର କରାଯାଇଛି । ଏହି ଭାକସିନ୍ ଗୁରୁତର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.