ଆଜିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍, ପହଁଚିଛି ୧ ଲକ୍ଷ ୪୦ ହଜାର ଡୋଜ୍

Published By : Prameya-News7 Bureau | July 05, 2021 IST

ବ୍ରହ୍ମପୁର, ୦୫|୦୭: ସୋମବାରଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟୟରେ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା ପହଞ୍ଚି ସାରିଛି।

ଆଜିଠୁ ଗଞ୍ଜାମ ଜିଲ୍ଲାର ୨୫୦ କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯିବ । ପୂର୍ବରୁ କେବଳ ଭୁବନେଶ୍ଵରରେ ହିଁ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଥିଲା। ଏବେ ବ୍ରହ୍ମପୁରରେ ଏହି ଟିକା ଦିଆଯିବ । ଏଥି ପାଇଁ ଜିଲ୍ଲାରେ ୨୫୦ କେନ୍ଦ୍ର ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରବିବାର ସୁଦ୍ଧା ରାଜ୍ୟରେ ମୋଟ୍ ୯୨୧୮୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୦୫୦୭୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.