ଗ୍ରାହକଙ୍କୁ ଆଶ୍ୱସ୍ତି, ୨୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା
10/06/2023 at 2:53 PM

ନୂଆଦିଲ୍ଲୀ ୧୦/୦୬: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ୨୫୦୦ ଟଙ୍କା ପର୍ଯ୍ୟନ୍ତ କମିଛି ଦର । ସୁନାର ମୂଲ୍ୟ ଦୀର୍ଘ ସମୟ ଧରି ଗୋଟିଏ ସ୍ତରରେ ରହିଆସୁଥିଲା । ହେଲେ ଏବେ ୬୦ହଜାର ତଳକୁ ଖସିଛି ଦର । ସୁନା ଦର ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୬୦ ହଜାର ତଳକୁ ଖସି ଆସିଛି ।
ଗତ ମାସରେ ପ୍ରବଳ ଚାହିଦା ପରେ ହଳଦିଆ ଧାତୁ ଉପରେ ଚାପ ରହିଥିଲା । ନୂତନ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ସୁନାରେ କିଛି ଭୟଙ୍କର ମାତ୍ରାରେ ବିକ୍ରି ହୋଇଥିଲା । ଗତ ମାସ ଆରମ୍ଭରେ ସୁନା ମୂଲ୍ୟ ୬୧,୮୦୦ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ବର୍ତ୍ତମାନ ସୁନା ଦର୍ ୨୫୦୦ ଟଙ୍କା କମିଛି ।
ଜୁନ୍ ୧୩ରେ ହେବାକୁ ଥିବା ଆମେରିକା ଫେଡ ବୈଠକ ପୂର୍ବରୁ ସୁନା ଦର ପ୍ରାୟ ୬୦ ହଜାର ତଳକୁ ରହିଛି ବୋଲି ପରିଚାଳନା ନିର୍ଦ୍ଦେଶକ ପ୍ରୀତିରାଜ କୋଠାରୀ କହିଛନ୍ତି । ସେ କହିଛନ୍ତି ଯେ ଅନେକ କଳ୍ପନାଜଳ୍ପନା କରାଯାଉଛି ଯେ କ୍ରମାଗତ ୧୦ ବାର ବୃଦ୍ଧି ପରେ ଫେଡ ଜୁନ୍ ବୈଠକରେ ସୁଧ ହାର ବନ୍ଦ କରିବା ବା ଆକ୍ରମଣାତ୍ମକ ମନୋଭାବ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି ।