Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ପାକିସ୍ତାନ ଆମର ଦ୍ଵିତୀୟ ଘର, ଏହାର ହିତରେ ଆଞ୍ଚ ଆଣିବାକୁ ଦେବୁନି- ତାଲିବାନ

26/08/2021 at 5:38 PM

ନୂଆଦିଲ୍ଲୀ ୨୬।୦୮; ପାକିସ୍ତାନ ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ନେଇ ତାର ମୁଖା ସର୍ବଦା ଉଜାଗର ହୋଇ ଆସିଛି। ସମଗ୍ର ଦୁନିଆ ଜାଣିଛି ଯେ, ପାକିସ୍ତାନର ମାଟି ଆତଙ୍କବାଦୀଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ। ଆତଙ୍କବାଦୀଙ୍କ ଭୂସ୍ଵର୍ଗ ହେଉଛି ପାକିସ୍ତାନ। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି ଏମିତି କୌଣସି ପ୍ରକାରର ଗତିବିଧିକୁ ଅନୁମତି ଦେବ ନାହିଁ ଯାହା ପାକିସ୍ତାନ ହିତ  ବିରୋଧରେ ଥିବ। ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ ଭାରତକୁ ଗୁରୁତ୍ଵପୂର୍ଣ୍ଣ ପଡୋଶୀ ଦର୍ଶାଇ ସୁସଂପର୍କ ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଆଫଗାନିସ୍ତାନକୁ ଅକ୍ତିକାର କରିବା ପରେ କାବୁଲ ସମେତ ଅନ୍ୟ ସହରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ ତାଲିବାନ ମୁଖପାତ୍ର କାବୁଲରେ ସରକାର ଗଠନଠୁ ନେଇ ମହିଳାଙ୍କ ସୁରକ୍ଷା ଓ ଅଧିକାରୀଙ୍କ ବିଷୟରେ ଆଲୋଚନା କରିଛନ୍ତି। ଆମେ ସମସ୍ତ ଦେଶ ସହ ସୁସଂପର୍କ ଚାହୁଁଛୁ। ଏଥିରେ ଭାରତ ମଧ୍ୟ ସାମିଲ, ଯିଏ ଆଫଗାନିସ୍ତାନର ଗୁରୁତ୍ଵପୂର୍ଣ୍ଣ ପଡୋଶୀ।  ଆମର ଇଚ୍ଛା ଭାରତ ଆଫଗାନ ଜନତାଙ୍କ ରାୟ ମୁତାବକ ନିଜର ନୀତି ପ୍ରସ୍ତୁତ କରୁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।

ଅନ୍ୟ ପଟେ ଜବିହୁଲ୍ଲା ମୁଜାହିଦ କହିଛନ୍ତି, ଏହାର କୌଣସି ପ୍ରମାଣ ନାହିଁ ଯେ, ଓସାମା ବିନ ଲାଡେନ ୯/୧୧ ଆକ୍ରମଣରେ ସାମିଲ୍ ଥିଲା। ୨୦ ବର୍ଷର ଲଢେଇ ପରେ ମଧ୍ୟ ଏହାର କୌଣସି ପ୍ରମାଣ ମଧ୍ୟ ନାହିଁ। ତାଲିବାନର ପ୍ରତ୍ୟାର୍ତ୍ତନ ପରେ ଆତଙ୍କୀ ସଂଗଠନ ଅଲକାଏଦା ପୁଣି ଥରେ ମୁଣ୍ଡ ଟେକିବାର ବିପଦ ଘନେଇବାରେ ଲାଗିଛି। ବିବିସି ରିପୋର୍ଟ ଅନୁଯାୟୀ, ଅଲକାଏଦା ପ୍ରେସ ବିବୃତି ଜାରି କରି ତାଲିବାନକୁ ଅଭିନନ୍ଦନ ଜଣାଇଛି।

   Related Posts