ଶିକ୍ଷୟତ୍ରୀରୁ ଆଡଲ୍ଟ ଷ୍ଟାର ହେଲେ ମହିଳା , ସ୍ବାମୀ କରିଥିଲେ ସମ୍ପୂର୍ଣ୍ଣ ସହଯୋଗ

Published By : Prameya-News7 Bureau | December 20, 2021 IST

କାର୍ଲିଫର୍ଣ୍ଣିଆ ୨୦।୧୨  : ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ଜୀବନରେ ନିଜର ସବୁ କିଛି ହରାଇ ବସେ, ସେତେବେଳେ ସେ ତା ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ସେମାନଙ୍କର ଇଚ୍ଛା କ’ଣ ଜାଣି ପାରନ୍ତି ନାହିଁ । ତାହା ହେଉଛି, କେଉଁ କ୍ଷେତ୍ରରେ ସେମାନେ ଭଲ କରିପାରିବେ ଏବଂ ଏଥିପାଇଁ ସେମାନେ କେଉଁ ରାସ୍ତା ବାଛିବେ ସେଥିରେ ସବୁବେଳେ ଦ୍ବନ୍ଦରେ ରହିଥାନ୍ତି। ଏଥିପାଇଁ ସେ ରାତା ରାତି ବଡ ହେବେ ବୋଲି ସବୁବେଳେ ଭୁଲ୍‌ ରାସ୍ତା ବାଛିଥାନ୍ତି ।  ଠିକ୍‌ ଏଭଳି ଏକ ମାମଲା ଲସ ଏଞ୍ଜେଲସରେ ରହୁଥିବା ଜଣେ ମହିଳାଙ୍କ ସହ ମଧ୍ୟ ଘଟିଛି । ଜଣେ ମହିଳା ଶିକ୍ଷୟତ୍ରୀ ଥିଲେ ଏବଂ ଆଜି ସେ ଆଡଲ୍ଟ ସାଇଟର ଏକ ପ୍ରସିଦ୍ଧ ଷ୍ଟାର ହୋଇଛନ୍ତି । ଆଡଲ୍ଟ ସାଇଟ୍‌ରେ ଯୋଗଦେବା ପୂର୍ବରୁ, ସେ ତାଙ୍କ ଜୀବନରୁ କ’ଣ ଚାହୁଁଛନ୍ତି ତାହା ବୁଝିବାକୁ ତାଙ୍କୁ ବହୁତ ସମୟ ଲାଗିଥିଲା ।  

ଲସ୍ ଆଞ୍ଜେଲସ୍ ରହୁଥିବା କୋର୍ଟନି ଟିଲିଆରେ ଅଟିଷ୍ଟିକ୍ ପିଲାମାନଙ୍କର ଶିକ୍ଷୟତ୍ରୀ ଥିଲେ । ୩୬ ବର୍ଷିୟ କୋର୍ଟନି ଟିଲିଆର ଏକ ଶିଶୁ ମଧ୍ୟ ଅଛି । କିନ୍ତୁ ବର୍ତ୍ତମାନ ସେ ଆଡଲ୍ଟ ସାଇଟ୍‌ରେ ତାଙ୍କର ତିନୋଟି ଚ୍ୟାନେଲ ରହିଛି । ଯେଉଁଥରେ ତାଙ୍କ ପ୍ରାୟ ୨୫,୦୦୦ ଗ୍ରାହକ ତଥା ଫ୍ୟାନ ଫଲୋର୍ସ ଅଛନ୍ତି । କରୋନା ମହାମାରୀ ସମୟରେ ସେ ଶିକ୍ଷୟତ୍ରୀର ଚାକିରୀ ଛାଡି ଏହି ବୃତ୍ତିକୁ ଆପଣାଇଥିଲେ । ଆଡଲ୍ଟ ସାଇଟ୍ ଆସିବା ପର ଠାରୁ ତାଙ୍କର ଜୀବନଶୈଳୀକୁ ସମ୍ପୂର୍ଣ୍ଣରୂପେ ପରିବର୍ତ୍ତନ କରିଥିଲେ । ଏହି ବୃତ୍ତି ବାଛିବା ପାଇଁ ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ବହୁତ ସମର୍ଥନ କରିଥିଲେ । ପ୍ରତ୍ୟେକ ଷ୍ଟେପ୍‌ରେ ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ତାଙ୍କ ସ୍ୱାମୀ ତାଙ୍କୁ ସାହାଯ୍ୟ କରିଥିଲେ ବୋଲି କହିଛନ୍ତି । ବର୍ତ୍ତମାନ ସେ ସହଜରେ ନିଜ ସ୍ୱାମୀ ଏବଂ ଅନ୍ୟ ମହିଳାମାନଙ୍କ ସହିତ ଆଡଲ୍ଟ କଣ୍ଟେଟ୍‌ କରୁଛନ୍ତି ।

ଅଳ୍ପ ଦିନରେ କୋର୍ଟନି ଟିଲିଆଙ୍କର ଫ୍ୟାନ୍ସ ଫଲୋଇଂ ବହୁତ ହୋଇଯାଇଛନ୍ତି । ତାଙ୍କ ଲୋକପ୍ରିୟତା ହିଁ ତାଙ୍କ ରୋଜଗାର ଆକଳନ କରାଯାଇପାରେ। ସେ ନିଜ ପାର୍ଟନର ଏବଂ ଅନ୍ୟ ମହିଳା ମାନଙ୍କ ସହିତ ଆଡଲ୍ଟ କନଟେଣ୍ଟ ପ୍ରସ୍ତୁତ କରି ପ୍ରତି ମାସରେ ୫୦ ହଜାରରୁ ୧୦୦ ହଜାର ଡଲାର ରୋଜଗାର କରନ୍ତି । ଆଜି ସେ ଏହି ସାଇଟ୍‌ରେ ଅନେକ ଗ୍ରାହକଙ୍କ ପ୍ରିୟ ଷ୍ଟାର ହୋଇ ପାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.