ଡବଲ ମର୍ଡର ମାମଲା : ଅନୁପ ସାଏଙ୍କୁ ପୁଣି ରିମାଣ୍ଡରେ ନେବାକୁ ଚାହୁଁଛି ପୋଲିସ, ନାର୍କୋ ଟେଷ୍ଟ ଓ ବ୍ରେନ୍ ମ୍ୟାପିଂ ନେଇ ଆଜି ଶୁଣାଣି
25/02/2020 at 12:17 PM

ଝାରସୁଗୁଡା ୨୫।୨: କଳ୍ପନା ଦାସ ଓ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଆଉ ୩ ଦିନ ରିମାଣ୍ଡ ଉପରେ ଆଜି ଶୁଣାଣି ହେବ । ଛତିଶଗଡ ରାୟଗଡ ଜିଲ୍ଲା ଚକ୍ରଧରନଗର ପୋଲିସ କରିଥିବା ଆବେଦନ ଉପରେ ଆଜି ଶୁଣାଣି ହେବ ।

ଗତକାଲି ରାୟଗଡ ସିଜେଏମ ଅନୁପସ୍ଥିତ ଥିବାରୁ ଏହାର ଶୁଣାଣି ହୋଇପାରିନଥିଲା । ଅନୁପ ତଦନ୍ତରେ ସହଯୋଗ କରୁନାହାନ୍ତି । ବାରମ୍ବାର ବୟାନ ବଦଳାଉଛନ୍ତି । ମିଛ କହି କାହାରିକୁ ଖସିବାକୁ ଉଦ୍ୟମ କରୁଛନ୍ତି ।

ତେଣୁ ଅନୁପଙ୍କ ନାର୍କୋ ଟେଷ୍ଟ ସହ ବ୍ରେନ୍ ମ୍ୟାପିଂ ପାଇଁ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ ଉପରେ ମଧ୍ୟ ଶୁଣାଣି ହେବ । କୋର୍ଟ ନିଷ୍ପତ୍ତି ଉପରେ ତଦନ୍ତର ଦିଗ ନିର୍ଭର କରୁଥିବାରୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ ।
Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023
କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7 February 2023
ଟ୍ରକ୍ ସହ ଧକ୍କା ହେଲା ମୋପେଡ, ଜଣେ ମୃତ ଓ ଜଣେ ଗୁରୁତର
7 February 2023