ବିଦେଶରେ ମହିଳାଙ୍କୁ ଜଣେ ଭାରତୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ

Published By : Prameya-News7 Bureau | September 30, 2018 IST

ଦୁବାଇ ୩୦|୯:  ଦୁବାଇରେ ଜଣେ ମହିଳାଙ୍କୁ ଭାରତୀୟ ବ୍ୟକ୍ତି ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଦୁବାଇର ଏକ ଅଦାଲତ ସଂପୃକ୍ତ ବ୍ୟକ୍ତି ଜଣେ ମହିଳାଙ୍କୁ ରାତି ସମୟରେ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଛୁଇଁଥିବା ଯୋଗୁଁ ଦୋଷାରୋପ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ଜଣେ ମହିଳା ୩୦ବର୍ଷୀୟ ଜଣେ ଭାରତୀୟ ତାଙ୍କ ସହ ଅସଭ୍ୟ ଭାବରେ କଥାବାର୍ତ୍ତା କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି । ମାତ୍ର ସଂପୃକ୍ତ ବ୍ୟକ୍ତି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ସେ ମହିଳାଙ୍କୁ ଅଜାଣତରେ ଛୁଇଁଦେଇଥିଲେ । ଅଭିଯୋଗକାରୀ ଜଣେ ୨୫ବର୍ଷୀୟ ମହିଳା ଓ୍ବେଟର । ସେ କହିଛନ୍ତି ଯେ, ସେ ଅଭିଯୁକ୍ତଙ୍କୁ ଜାଣିନାହାନ୍ତି । ଅଗଷ୍ଟ ୩ ତାରିଖରେ ରାତି ପ୍ରାୟ ୧ଟା ୨୦ମିନିଟ୍ ରେ ସେ ଏକ ରେଷ୍ଟୁରାଣ୍ଟ ପାଖରେ ଠିଆ ହୋଇଥିଲେ ଏବଂ ତାଙ୍କୁ ଏକ ସୁପର ମାର୍କେଟ୍ କୁ ଯିବାର ଥିଲା । ତାଙ୍କ ସାଙ୍ଗ ମଧ୍ୟ ତାଙ୍କ ସହ ଥିଲେ । ୫ରୁ ୬ଜଣ ବ୍ୟକ୍ତି ତାଙ୍କ ନିକଟକୁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଜାଣିଶୁଣି ଛୁଇଁଥିଲେ । ଯେତେବେଳେ ସେ ବିରୋଧ କରି ପାଟିକଲି ସେ ତାଙ୍କ ସହ ଅସଭ୍ୟ ଭାବେ କଥାବାର୍ତ୍ତା କରିଥିଲେ । ସେ ବାରମ୍ବାର ଏଭଳି ଦୁର୍ବ୍ୟବହାର କରିଥିଲେ । ସେହି ସମୟରେ ଜଣେ ଆଫ୍ରିକୀୟ ତାଙ୍କୁ ଅଟକାଇବାରୁ ସେ ଛାଡିଦେଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି । ଅକ୍ଟୋବର ୧୧ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.