LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘କେମିତି ଖସିଗଲା Amritpal Singh; ପୋଲିସ୍ କରୁଥିଲେ କ’ଣ’? ପଞ୍ଜାବ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଚଣ୍ଡିଗଡ଼ ହାଇକୋର୍ଟ

21/03/2023 at 3:21 PM

Amritpal Singh

ଚଣ୍ଡିଗଡ଼: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ମାମଲାରେ ଚଣ୍ଡିଗଡ଼ ହାଇକୋର୍ଟ ପଞ୍ଜାବ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମାମଲାର ଶୁଣାଣି ବେଳେ ୮୦ ହଜାର ପୋଲିସ କ’ଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ ହାଇକୋର୍ଟ । ଏହା ସହିତ ଆତଙ୍କୀ ଅମୃତପାଲ ସିଂହକୁ ଗିରଫ କରିବା ନେଇ ରାଜ୍ୟ ପୋଲିସ ଆରମ୍ଭ କରିଥିବା ଅପରେସନ ଷ୍ଟାଟସ୍ ରିପୋର୍ଟ କୋର୍ଟ ଉପସ୍ଥାପନ କରିବାକୁ କହିଛନ୍ତି ।

ମଙ୍ଗଳବାର ଅମୃତପାଲ ସିଂହ ମାମଲା ପଞ୍ଜାବ-ହରିୟାଣା କୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ଅମୃତପାଲ ପୋଲିସକୁ କିପରି ଚକମା ଦେଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।  ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ କିପର ଫେଲ୍ ମାରିଲା । ୮୦ ହଜାର ପୋଲିସ କର୍ମଚାରୀ କ’ଣ କରୁଥିଲେ ପଞ୍ଜାବ ସରକାରଙ୍କୁ ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଛନ୍ତି ।

ହାଇକୋର୍ଟ ଖଲିସ୍ତାନ ସମର୍ଥକ ଓ ‘ବାରିସ୍ ପଞ୍ଜାବ ଦେ’ ସଂଗଠନ ବିରୋଧରେ ପଞ୍ଜାବ ପୋଲିସ କ’ଣ ଆକ୍ସନ ନେଇଛି ପଚାରି ବୁଝିଥିଲେ । ସେପଟେ ପୋଲିସ ମଧ୍ୟ କୋର୍ଟରେ ତଥ୍ୟ ଉପସ୍ଥାପନା କରିଛି ।  ଅମୃତପାଲ ସିଂହକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି । ଗତ ଶନିବାର ସୁଧା ୧୨୦ ସମର୍ଥକଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କର୍ତ୍ତୃପକ୍ଷ କହିଛନ୍ତି । ଅମୃତପାଲ ଶେଷଥର ପାଇଁ ଶନିବାର ଜଳନ୍ଧର ଜିଲ୍ଲାର ଜଳନ୍ଧର ସହରରେ ଏକ ବାଇକରେ ଯାଇଥିବାର ଦେଖିବାକୁ ପାଇଥିଲା ।

ଆଇଏସଆଇ ସମ୍ପର୍କ ଆସିବା ପରେ ଆତଙ୍କୀ ଅମୃତପାଲ ସିଂହ ପଞ୍ଜାବରେ ସକ୍ରିୟ ଥିଲା । ମାରଣାସ୍ତ୍ର କାରବାରରେ ମଧ୍ୟ ଲିପ୍ତ ଥିଲା । ଖଲିସ୍ତାନୀ ବିଚ୍ଛିନ୍ନବାଦୀ ଭିନ୍ଦରଓ୍ବାଲା ୨.୦ର ସମର୍ଥକ ଥିଲା ଅମୃତପାଲ ସିଂହ । ସେହିପରି ଅମୃତପାଲ ସିଂହକୁ ନେଇ ପ୍ରଦର୍ଶନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ କହିଛନ୍ତି ।  

   Related Posts