ଘରେ ବାବାଙ୍କୁ ସମସ୍ତେ ଦେବତା ମାନୁଥିଲେ , ସେଥିପାଇଁ ସେ ପାଇଥିବା ଇଣ୍ଟର୍ଣ୍ଣସିପ ପଇସା ବାବାଙ୍କ ଚରଣରେ ଲଗାଇବାକୁ ଯାଇଥିଲେ; ହେଲେ ବାବା କରିଥିଲେ ଦୁଷ୍କର୍ମ ଉଦ୍ୟମ: ପ୍ରକାଶ ପାଇଲା ରାୟ

Published By : Prameya-News7 Bureau | December 28, 2018 IST

ଅଲଓ୍ଵର ୨୮/୧୨- ପୁଣି ଜଣେ ୬୦ ବର୍ଷ ବୟସ୍କ ବାବାଙ୍କ ନାଁରେ ଆସିଥିବା ଦୁଷ୍କର୍ମ ମାମଲାରେ ଅଦାଲତ ରାୟ ଶୁଣାଇଛନ୍ତି । ବାବାକୁ ଆଜୀବନ କାରଦଣ୍ଡ ସାଙ୍ଗତୁ ଲକ୍ଷେଟଙ୍କା ଜରିମନା ହୋଇଛି ।

ଫଳମୂଳ ଖାଉଥିବା ଓ ବେଦ ଶିକ୍ଷା ଦେଉଥିବା ଫଳାହାରୀ ବାବା ଏଭଳି କାଣ୍ଡ ଘଟାଇଥିଲା । ଜଣେ ୨୧ ବର୍ଷ ବୟସ୍କ ଯୁବତୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

 ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ବାସ କରୁଥିବା ଏହି ବାବାଙ୍କୁ ଆଜୀବନ ଜେଲଦଣ୍ଡ କୋର୍ଟ ଘୋଷଣା କରିଛନ୍ତି । ଏହା ସହ ଏକଲକ୍ଷ ଟଂକାର ଜୋରିମନା ମଧ୍ୟ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଆଧ୍ୟାତ୍ମିକଗୁରୁଙ୍କ ନାଁରେ ଏଭଳି କଳଙ୍କ ନିନ୍ଦାଜନକ ଘଟଣା । ଆସନ୍ତୁ ଜାଣିବା କଣ ଥିଲା ପୁରା ଘଟଣା ।

{"id":68214,"width":590,"height":537}

ଯୁବତୀଙ୍କ ଅଭିଯୋଗକ୍ରମେ, ବାବାଙ୍କ ସହ ତାଙ୍କ ପରିବାରର  ୨୫ ବର୍ଷ ହେଲା ଥିଲା ସଂପର୍କ । ବାବାଙ୍କୁ ତାଙ୍କ ପରିବାରର ସମସ୍ତ ଲୋକ ଦେବତା ଭଳି ପୂଜା କରୁଥିଲେ ।  ତାଙ୍କର ଇଣ୍ଟନସିପ ସରିବାପରେ ତାଙ୍କୁ ୩ ହଜାର ଟଂକା ଛାତ୍ରବୃତ୍ତି ମିଳିଥିଲା । ସେ ସେହି ଟଂକାକୁ ନେଇ ଆଶ୍ରମ ଯାଇ ବାବାଙ୍କ ଚରଣ ତଳେ ସମର୍ପିଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ । କିନ୍ତୁ ତାଙ୍କୁ  ବାବା ଆଶୀର୍ବାଦ ଦେବା ବଦଳରେ ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଉଦ୍ୟମ ସହ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ ଦେଖାଇଥିଲେ । ଯୁବତୀଙ୍କ ବୟାନ ଅନୁସାରେ ସେ ୨୦୧୭ମସିହା ସେପ୍ଟେମ୍ବର ୧୧ତାରିଖ ରେ ବିଳାସପୁର ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି କୋର୍ଟ ଯେଉଁ ଦଣ୍ଡ ବିଧାନ କରିଛନ୍ତି ଉପଯୁକ୍ତ ବୋଲି ପୀଡ଼ିତାଙ୍କ ଓକିଲ ମତ ରଖିଛନ୍ତି ।

ଅନ୍ୟପଟେ ଫଳାହାରୀ ବାବାଙ୍କର ଓକିଲ କହିଛନ୍ତି, ବାବାଙ୍କର ବୟସ ୬୦ ବର୍ଷ । ସେ ମାରାତ୍ମକ ରୋଗରେ ପୀଡ଼ିତ ହେବାପରେ ଖାଦ୍ୟପାନୀୟ ଗ୍ରହଣ କରି ପାରୁନଥିଲେ । ସେଥିପାଇଁ ସେ ଫଳମୂଳ ଆହାର କରୁଥିଲେ  । ତାଙ୍କର ଶାରୀରିକ ଅସୁସ୍ଥ କାରଣରୁ ସେ କିଭଳି ଦୁଷ୍କର୍ମ କରିପାରିବେ ବୋଲି କହିଛନ୍ତି । ଏଥିପାଇଁ ଉପର କୋର୍ଟରେ  ଅପିଲ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.