୪ ବର୍ଷର ନିରୀହ ଶିଶୁକୁ ଗଳା କାଟି ହତ୍ୟା କରିଥିବା ଶାଶୁ-ବୋହୁଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | August 18, 2020 IST

ଗୋପାଳଗଞ୍ଜ ୧୮/୦୮ : ବିହାର ଗୋପାଳଗଞ୍ଜ ସିଭିଲ କୋର୍ଟ ସୋମବାର ଦିନ ୪ ବର୍ଷର ନିରୀହ ଶିଶୁକୁ ହତ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣେଇଛନ୍ତି | ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ମହିଳାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି | ଗୋପାଳଗଞ୍ଜରେ ଏହା ଚତୁର୍ଥ ଫାଶୀ ଦଣ୍ଡ | ଏହା ପୂର୍ବରୁ ନିରୀହ ଶିଶୁକୁ ହତ୍ୟା, ଯୌତୁକ ପାଇଁ ହତ୍ୟା ତଥା ପୋସ୍କୋ ଆକ୍ଟରେ ୩ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି |

ଗୋପାଳଗଞ୍ଜରେ ବିଜୟୀପୁର ଥାନା ଅନ୍ତର୍ଗତ ଛିତୋନା ଗାଁରେ ୨୦୧୭ ମସିହା ସେପ୍ଟେମ୍ବର ୫ ତାରିଖରେ ବିନୋଦ ଶାହଙ୍କ ୪ ବର୍ଷର ଶିଶୁ ପୁତ୍ର ଦେବ କୁମାରକୁ ଅପହରଣ କରି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିଲା | ହତ୍ୟା ପରଦିନ ଘର ନିକଟରୁ ନିରୀହ ଶିଶୁର ଶବ ଜବତ ହୋଇଥିଲା | ପୋଲିସ ଏହି ମାମଲାରେ ଶିଶୁର ପିତାଙ୍କ ବୟାନ ଆଧାରରେ ଗାଁର ସରଯୁଗ ଶାହର ପତ୍ନୀ ଦୁର୍ଗାବତୀ ଦେବୀ ଓ ଧର୍ମେନ୍ଦ୍ର ଶାହର ପତ୍ନୀ ସନକେଶ ଦେବୀକୁ ଗିରଫ କରିଥିଲା |

ଜିଲ୍ଲା ଏଡ଼ିଜେ କୋର୍ଟରେ ନ୍ୟାୟାଧୀଶ ଲବକୁଶ କୁମାର ଏହି ମାମଲାର ଶୁଣାଣି କରିଥିଲେ | ବୁଧବାର ଦିନ କୋର୍ଟ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଦୁଇ ମହିଳାଙ୍କୁ ଶିଶୁର ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ଫାଶୀ ଦଣ୍ଡ ଶୁଣାଇଥିଲେ | ଦୋଷୀଙ୍କୁ ଦଣ୍ଡ ମିଳିବ ପରେ ଶିଶୁର ପିତା କହିଥିଲେ ଯେ ୩ ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି | ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଭରସା ଥିଲା ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.