ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲଙ୍କୁ କୋର୍ଟ ୬ ମାସ ଜେଲ ଦଣ୍ଡାଦେଶ କରିଛନ୍ତି। ଜନୈକ ବିଲ୍ଡରଙ୍କ ଘରେ ନିଜ ସମର୍ଥକଙ୍କ ସହ ଜୋର ଜବରଦସ୍ତ ଅନୁପ୍ରବେଶ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବାର ଅଭିଯୋଗରେ କୋର୍ଟ ଗତ ଶୁକ୍ରବାର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡ ଘୋଷଣା କରିଛନ୍ତି। ଏଥିରେ ଗୋୟଲଙ୍କୁ ୬ ମାସ ଜେଲଦଣ୍ଡାଦେଶ କରାୟାଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
{"id":171491}୨୦୧୫ ମସିହା ଫେବୃଆରୀ ୬ ତାରିଖ ରାତିରେ ରାମନିବାସ ଗୋୟଲ ନିଜର ସମର୍ଥକଙ୍କ ସହ ବିବେକ ବିହାରସ୍ଥିତ ବିଲ୍ଡର ମନୀଷ ଘାଇଙ୍କ ଘରେ ପଶି ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା। ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବା ଲାଗି ଘାଇ ତାଙ୍କ ଘରେ ଗହମ, କମ୍ବଳ, ମଦ ଓ ଅନ୍ୟ ସାମଗ୍ରୀ ଲୁଚାଇ ରଖିଥିବାର ଅଭିଯୋଗ କରି ଗୋୟଲ ଓ ତାଙ୍କ ସମର୍ଥକ ଏହି ଭଙ୍ଗାରୁଜା କରିଥିଲେ। ଅତିରିକ୍ତ ମୁଖ୍ୟ ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍ ସମର ବିଶାଲଙ୍କ ଇଜଲାସରେ ମୋକଦ୍ଦମାର ଶୁଣାଣି ହେଉଥିଲା।
{"id":171492,"width":581,"height":421}ପୋଲିସ ଏତଲ୍ଲା ଓ ସାକ୍ଷପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ୍ ଗୋୟଲ ଓ ତାଙ୍କର ୪ ସହଯୋଗୀ ସୁମୀତ ଗୋୟଲ, ହିତେଶ ଖନ୍ନା, ଅତୁଲ ଗୁପ୍ତା ଓ ବଲବୀର ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏବେ କୋର୍ଟ ପ୍ରତ୍ୟେକଙ୍କୁ ୬ ମାସ ଲେଖାଏଁ ଜେଲ ଦଣ୍ଡାଦେଶ କରିଥିବା ବେଳେ ଅଭିଯୋଗକୁ ଆମ ଆଦମୀ ପାର୍ଟି ଅଶ୍ୱୀକାର କରିଛି। ଘଟଣା ଦିନ ଗୋୟଲ କି ତାଙ୍କ ସହଯୋଗୀ ନୁହେଁ ପୋଲିସକୁ ଡକାଇ ପିସିଆର ସହ ଲୋକେ ଘାଇଙ୍କ ଘରେ ପଶିଥିଲେ ବୋଲି ପାର୍ଟି କହିଛି।