ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

କୁକୁରଠୁ ବି ହୀନ ଜୀବନ ବଞ୍ଚିକି କରିବି କ’ଣ? ଲେଖି ଆତ୍ମହତ୍ୟା କଲେ ସ୍ୱାମୀ, ପତ୍ନୀ ଓ ପ୍ରେମୀକାଙ୍କୁ ୭ ବର୍ଷ ଲେଖାଏଁ ଜେଲ

29/11/2019 at 7:26 PM

ଫରିଦାବାଦ : ପତ୍ନୀଙ୍କ ଅବୈଧ ସମ୍ବଦ୍ଧ ଲାଗି ହୀନମନ୍ୟତାର ଶିକାର ଜନୈକ ବ୍ୟକ୍ତି  ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିଲେ। ସେ ଲେଖିଥିଲେ ଜୀବନ କୁକୁର ଠୁ ବି ବଳିଗଲା। ଏଭଳି ଜୀବନ ବଞ୍ଚିବାର ମୂଲ୍ୟ କ’ଣ? ଏହି ମାମଲାର ଶୁଣାଣି କରୁଥିବା ସେସନ ଜଜ୍ ଜସ୍ମିନ୍ ଶର୍ମାଙ୍କ କୋର୍ଟ ମୃତକଙ୍କ ପତ୍ନୀ ଓ ତାଙ୍କ ପ୍ରେମୀକଙ୍କୁ ୭ ବର୍ଷ ଲେଖାଏଁ ଦଣ୍ଡାଦେଶ କରିଛନ୍ତି। ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜାଣନ୍ତୁ କଣ ଥିଲା ପୁରା ଘଟଣା
ଆତ୍ମହତ୍ୟା କରିଥିବା ବ୍ୟକ୍ତି ଭୂପେଶ ତାଙ୍କ ପତ୍ନୀ ମିଥିଲେଶ ଓ ୨ ପିଲାଙ୍କ ସହ ଜୀବନ ନଗର ଗୋଁଛିରେ ରହୁଥିଲେ। ଭୂପେଶ  ଓ ତାଙ୍କ ପତ୍ନୀ ପରିବାର ଚଳାଇବାକୁ ଉଭୟ ଚାକିରୀ କରୁଥିଲେ। ଘରୋଇ କମ୍ପାନୀରେ ଚାକିରୀ କରିବା ବେଳେ ମିଥିଲେଶଙ୍କ ସହ ବଲ୍ଲଭଗଡର ଜିତୁ ଠାକୁରଙ୍କ ସମ୍ପର୍କ ହୋଇଥିଲା। କିଛି ସମୟ କାମ କରିବା ପରେ ମିଥିଲେଶ ଚାକିରୀ ଛାଡିଦେଇଥିଲେ। ତେବେ ଜିତୁ ସହ ତାଙ୍କର ନିୟମିତ ସମ୍ପର୍କ ଥିଲା। ଏ ସମ୍ପର୍କରେ ଭୂପେଶ ତାଙ୍କ ପତ୍ନୀଙ୍କୁ ବୁଝାସୁଝା କରିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ମିଥିଲେଶ ବୁଝିବେ କଣ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ।

ମରିବା ପୂର୍ବରୁ ଭୂପେଶ ଲେଖିଥିଲେ ସୁଇସାଇଡ ନୋଟ୍
ପତ୍ନୀ ମିଥିଲେଶଙ୍କ ଅବୈଧ ସମ୍ପର୍କକୁ ନେଇ ଭୂପେଶ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ୧୯ ସେପ୍ଟେମ୍ବର ୨୦୧୬ରେ ଭୂପେଶ ଆତ୍ମହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ସେ ପୂର୍ବରୁ ଏକ ସୁସାଇଡ ନୋଟ୍ ପ୍ରସ୍ତୁତ କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହେବା ଯୋଗୁ ମାମଲା ପୋଲିସ ହାତକୁ ଯାଇଥିଲା।   

   Related Posts