ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | August 01, 2024 IST

କଟକ : ନରହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୨ ଜଣ ଆସାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଭୟଙ୍କୁ ଆଜୀବନ କାରାଦଣ୍ତାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୨ୟ) କଟକ । 

୨୦୨୨ ମସିହା ଜୁନ୍ ମାସ ୨୧ ତାରିଖ ଦିନ କଟକ କଲେଜ ଛକ ନିକଟରେ ଘଟିଥିବା ଉକ୍ତ ଜଘନ୍ୟ ଅପରାଧର ରାୟ ପ୍ରକାଶ କରିଛନ୍ତି କୋର୍ଟ । ଉଭୟେ ଅପରାଧୀ ଉକ୍ତ ଦିନ ସନାତନ ଦାଶ ଏବଂ ମାଳତୀ ବିଶ୍ବାଳଙ୍କୁ ଭୁଜାଲି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ସନାତନର ମୃତ୍ୟୁ ହୋଇଥିଲା ଏବଂ ମାଳତୀ ଗୁରୁତର ଭାବେ ଆହତ ହୋଇଥିଲେ । ଯେହେତୁ ସେତେବେଳେ ଲକ୍‌ ଡାଉନ୍‌ ଘୋଷଣା ହୋଇଥିଲା, ତାର ସୁଯୋଗ ନେଇ ଅପରାଧୀ ଦ୍ବୟ ଏଭଳି ଅପରାଧ ଘଟାଇବାରେ ସକ୍ଷମ ହୋଇଥିଲେ । ତେବେ ୨୧ ଜଣ ସାକ୍ଷୀଙ୍କର ବୟାନ ଏବଂ ପୋଲିସ ଦ୍ବାରା ଦାଖଲ କରାଯାଇଥିବା ପ୍ରମାଣକୁ ଆଧାର କରି କଟକ ଏଡିଜେ କୋର୍ଟ ୨ୟ ଏହି ରାୟ ଶୁଣାଇଛନ୍ତି ।

You Can Read:

ଦୋକାନ ବନ୍ଦ କରୁଥିବା ବେଳେ ଲୁଟ୍, ସୁନା-ରୁପା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.