ବିଭବ କୁମାରଙ୍କୁ ଝଟକା, ଚାରି ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ସ୍ବାତୀ ମାଲୀଓ୍ବାଲଙ୍କୁ ଆକ୍ରମଣ ଘଟଣାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହଯୋଗୀ ବିଭବ କୁମାରଙ୍କୁ ଝଟକା। ଶୁକ୍ରବାର ବିଭବଙ୍କୁ ଚାରିଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ। ବିଭବଙ୍କ ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ତିସ୍‌ ହଜାରୀ କୋର୍ଟରେ ହାଜର କରାଯାଇଥିଲା। ଆଉ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗୌରବ ଗୋୟଲ, ବିଭବ କୁମାରଙ୍କୁ  ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ବିଭବ କୁମାରଙ୍କୁ ମେ ୨୮ ତାରିଖରେ କୋର୍ଟରେ ହାଜର କରାଯିବ।

ସୂଚନାଥାଉକି,  ଆମ ଆଦମୀ ପାର୍ଟୀ ରାଜ୍ୟସଭା ସାଂସଦ ସ୍ବାତୀ ମାଲୀଓ୍ବାଲଙ୍କୁ ଲିଖିତ ଅଭିଯୋଗ ପରେ  ବିଭବ କୁମାରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମାଲୀଓ୍ବାଲ ଅଭିଯୋଗ ଆଣିଛନ୍ତି ଯେ, ଯେତେବେଳେ ସେ, ମେ ୧୩ରେ କେଜରିଓ୍ବାଲଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ ସେତେବେଳେ କୁମାର ତାଙ୍କ ସହ ମାରପିଟ୍‌ କରିଥିଲେ। କୁମାରଙ୍କୁ ମେ ୧୮ରେ ଗିରଫ କରାଯାଇଥିଲା।

ସେପଟେ ଦିଲ୍ଳୀ ପୋଲିସ୍ କୋର୍ଟରେ କିହିଛି ଯେ, କୁମାର ଯାଞ୍ଚ ସମୟରେ ସବୁବେଳେ ଅସହଯୋଗ କରୁଥିଲେ ଆଉ ପ୍ରଶ୍ନର ଉତ୍ତର ଠିକ୍‌ ଭାବରେ ଦେଉନଥିଲେ। ମାମଲାରେ ତାଙ୍କର ଅନ୍ତରୀଣ ଜାମିନ୍‌ ମଧ୍ୟ ଖାରଜ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.