ବିଆରଏସ ନେତ୍ରୀ କେ କବିତାଙ୍କୁ ଝଟକା, ଏପ୍ରିଲ ୧୫ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇଲେ କୋର୍ଟ

Published By : Prameya-News7 Bureau | April 12, 2024 IST

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କୁ ଆଉ ଏକ ଝଟକା। ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ କେ କବିତାଙ୍କୁ ଏପ୍ରିଲ ୧୫ ସକାଳ ୧୦ ଟା ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇଛନ୍ତି। ଏହି ମାମଲାରେ ଯାଞ୍ଚ କରୁଥିବା ସିବିଆଇ, କେ କବିତାଙ୍କ ଗୁରୁବାର ଗିରଫ ପରେ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା।ଅବଶ୍ୟ କୋର୍ଟ ୩ ଦିନ ପାଇଁ ରିମାଣ୍ଡକୁ ଅନମତି ଦେଇଛି।

ଅଦାଲତରେ ଶୁଣାଣି ସମୟରେ ସିବିଆଇ ଓକିଲ କହିଥିଲେ ଆପ୍‌ ପାର୍ଟୀକୁ ୧୦୦ କୋଟି ଟଙ୍କାର ଲାଞ୍ଚ ଯୋଗଡ଼ା କରିବାରେ କବିତାଙ୍କ ବଡ଼ ଭୂମିକା ରହିଥିଲା। ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରେ ରହିଛନ୍ତି। ଜଣେ ବଡ଼ ବ୍ୟବସାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ସାକ୍ଷାତ କରିଥିଲେ ଆଉ ଅବକାରୀ ନୀତି ମାଧ୍ୟମରେ ତାଙ୍କୁ ସହଯୋଗ କରାଯିବ ବୋଲି କେଜରିଓ୍ବାଲ ଆଶ୍ବସନା ଦେଇଥିଲେ। ଏହି ମାଲାରେ ଜଡ଼ିତ ଅନେକ ଅଭିଯୁକ୍ତଙ୍କ ବୟାନ ରେକର୍ଡ ହୋଇଛି। 

ସିବିଆଇ ଅନୁଯାୟୀ, କବିତା ହାଇଦ୍ରାବାଦରେ ବ୍ୟବସାୟୀଙ୍କୁ ଭେଟିଥିଲେ। ବିଆରଏସ ନେତ୍ରୀ ବ୍ୟବସାୟୀଙ୍କୁ ୧୦୦ କୋଟି ଅଗ୍ରୀମ ବ୍ୟବସ୍ଥା କରିବାକୁ କହିଥିଲେ। କବିତା ଏହି ଟଙ୍କା ଯୋଗାଡ଼ କରିବାରେ ବଡ଼ ଭମିକା ନେଇଛନ୍ତି। ସିବିଆଇ କହିଛି ଗୋଆ ନିର୍ବାଚନ ପାଇଁ ହବାଲା ଜରିଆରେ ଟଙ୍କା ସଂଗ୍ରହ କରିଥିଲେ। 

ସିବିଆଇ କହିଛି ସାଉଥ ସିଣ୍ଡିକେଟ ଚଳାଇବରେ କବିତାଙ୍କ ମଦ ଦୁର୍ନୀତି ମାମଲାରେ ମୁଖ୍ୟ ଭୂମିକା ରହିଛି। କବିତାଙ୍କୁ ଏହି ମାମଲାରେ ଗୁରୁତ୍ବପୂର୍ଣ୍ଣ ପଚରାଉଚରା କରିବା ରହିଛି। ସେପଟେ କବିତାଙ୍କ ଓକିଲ କହିଛନ୍ତି ସିଆରପିସିରେ ନ୍ୟାୟିକ ହେପାଜତରେ କୌଣସି ବ୍ୟକ୍ତିଙ୍କ ପଚରା ଉଚରା କରିବା ପାଇଁ ନିୟମ ନାହିଁ। ସିବିଆଇ ଜେଲ ନିୟମର ଉଲ୍ଲଘଂନ କରିପାରିବନି। ସୂଚନାଥାଉକି, ପୂର୍ବରୁ ମାର୍ଚ୍ଚ ୧୫ରେ ତାଙ୍କୁ ଇଡି ମଧ୍ୟ ଗିରଫ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.