ଡକୟତି ବେଳେ ୪ ଜଣଙ୍କୁ ନିର୍ମମ କରିଥିଲେ ହତ୍ୟା, ଆଜୀବନ ସଜା ଶୁଣାଇଲେ କୋର୍ଟ

Published By : Prameya-News7 Bureau | October 08, 2021 IST

ନୟାଗଡ଼, ୦୮/୧୦: ୨୦୧୪ ଚାନ୍ଦପୁର ବହୁଚର୍ଚ୍ଚିତ ଗୋଟିଏ ପରିବାରର  ୪ ଜଣଙ୍କୁ ହତ୍ଯା ଘଟଣା । ରାୟ ଶୁଣାଇଲେ ନୟାଗଡ ଜିଲ୍ଲା ଦୌରାଜଜ୍ । ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୪୫ ହଜାର ଟଙ୍କା ଲେଖାଏ ଜୋରିମାନା ଦଣ୍ଡ ଦେଇଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ଦୁଇଜଣଙ୍କୁ ନିର୍ଦ୍ଦୋଶ ରାୟ ଦେଇଛନ୍ତି କୋର୍ଟ। ୨୦୧୪ ସେପ୍ଟେମ୍ବର ୬ ତାରିଖରେ ଚାନ୍ଦପୁର ଶାସ୍ତ୍ରୀନଗରରେ ଘଟିଥିଲା ବିବତ୍ସ ହତ୍ଯାକାଣ୍ଡ । ସନ୍ଧ୍ଯା ସମୟରେ କାଶୀନାଥ ପାତ୍ରଙ୍କ ଘରେ ପଶି ଡକାୟତି କରିବା ସହ କାଶିନାଥ, ତାଙ୍କ ବୋହୁ ଏବଂ କୋମଳମତି ନାତି ନାତୁଣୀଙ୍କୁ ହତ୍ଯା କରିଥିଲେ ଦୁର୍ବୃତ୍ତ  ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା । ସେପ୍ଟେମ୍ବର  ୧୦ତାରିଖରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକଙ୍କ ଫାଣ୍ଡି ଘେରାଉ  ସମୟରେ ପୁଲିସର ଗୁଳିଚାଳନାରେ ଜଣଙ୍କର ମୃତ୍ଯୁ ହୋଇଥିଲା । ପରେ ଏହି କେଶ୍ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ପାଇଁ କ୍ରାଇମବ୍ରାଞ୍ଚ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ପରେ କ୍ରାଇମବ୍ରାଞ୍ଚ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ହେଲେ ଏ ରମେଶ, ଜେ ଜୟକୃଷ୍ଣ, କୃଷ୍ଣ ଦାସ, ପ୍ରଦୀପ ବେହେରା, ଜେ ସନ୍ତୋଷ ଏବଂ ଦିନବନ୍ଧୁ ସାହୁ । ଅନ୍ଯଜଣେ ଅଭିଯୁକ୍ତ  ବାବିରର ପୂର୍ବରୁ ଏକ ସଡକ ଦୁର୍ଘଟଣାରେ ମୃତ୍ଯୁ ହୋଇସାରିଥିଲା । ହତ୍ଯାକାଣ୍ଡ ଡକାୟତି ପାଇଁ କରାଯାଇଥିବା କ୍ରାଇମବ୍ରାଞ୍ଚ ସେତେବେଳେ ସୂଚନା ଦେଇଥିଲା । ଏ ରମେଶ, ଜେ ଜୟକୃଷ୍ଣ, କୃଷ୍ଣ ଦାସ, ଜେ ସନ୍ତୋଷଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.