ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଅଦାଲତ ପ୍ରଚାର କରିବାର ମଞ୍ଚ ନୁହେଁ, ରାଜନୈତିକ ଦଳର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଉପଦେଶ

30/09/2022 at 11:25 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ରାଜନୈତିକ ଦଳ ପକ୍ଷରୁ ଦାଖଲ ଇଭିଏମ ସଂପର୍କିତ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଅଦାଲତ କହିଛନ୍ତି, ସୁପ୍ରିମକୋର୍ଟ ଏମିତି ଏକ ସ୍ଥାନ ନୁହେଁ, ଯେଉଁଠି ଆପଣ ନିଜସ୍ଵ ପ୍ରଚାର ପାଇଁ ପହଞ୍ଚିଯିବେ। ଆବେଦନରେ ଦାବି କରାଯାଇଛି ଯେ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ)ରେ ନିର୍ବାଚନ ଆୟୋଗର ନୁହେଁ ବରଂ କିଛି କମ୍ପାନିଙ୍କ ନିୟନ୍ତ୍ରଣ ରହିଛି।

ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇବା ସହିତ ଆବେଦନକୁ ଖାରଜ କରିଛନ୍ତି। ଜନପ୍ରତିନିଧିତ୍ଵ ଅଧିନିୟମ, ୧୯୫୧ ଆଧାରରେ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଉପରେ  ନଜର ରଖିଥାନ୍ତି। ବିଚାରପତି ସଞ୍ଜୟ କିଶନ କୌଲ ଏବଂ ବିଚାରପତି ଅଭୟ ଏସ ଓକାଙ୍କ ପୀଠ ନିଜ ଆଦେଶରେ କହିଛନ୍ତି, ଇଭିଏମ ଦୀର୍ଘ ସମୟରୁ ବ୍ୟବହାର କରାଯାଉଛି। ହେଲେ ସମୟ ସମୟରେ ଇଭିଏମ ପ୍ରସଙ୍ଗ ଉଠିଥାଏ। ଏମିତି ଲାଗୁଛି, ଯେଉଁ ଦଳକୁ ନିର୍ବାଚନ ପ୍ରକ୍ରିୟା ଆଧାରରେ ମତଦାତାଙ୍କଠୁ ମାନ୍ୟତା ମିଳୁନି, ସେମାନେ ଯାଚିକା ଦାଖଲ କରି ମାନ୍ୟତା ଦେବାକୁ ଚାହାନ୍ତି।

ଚାରି ସପ୍ତାହ ଭିତରେ ୫୦ ହଜାର  ଜରିମାନା ରାଶି ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିଠୁ ଠିକ୍ ଚାରି ସପ୍ତାହ ଭିତରେ ଗ୍ରୁପ-ସି କର୍ମଚାରୀ କଲ୍ୟାଣ ସଂଘ ନିକଟରେ  ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

   Related Posts