oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦେଶଦ୍ରୋହ ମାମଲାରେ ମେହବୁବା ମୁଫ୍‌ତିଙ୍କୁ ଅଦାଲତ ନୋଟିସ୍‌, ହାଜର ହେବାକୁ ନିର୍ଦ୍ଦେଶ‌

20/02/2021 at 4:45 PM

ଜୈନପୁର, ୨୦/୦୨: ପିଡିପି ନେତା ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ଉପରେ ଲାଗିଥିବା ରାଜଦ୍ରୋହ ବା ତ୍ରିରଙ୍ଗାକୁ ନେଇ ମର୍ଯ୍ୟଦାହୀନ ଟିପ୍ପଣୀ ଦେବା ଅଭିଯୋଗରେ ଦାଖଲ ହୋଇଥିବା ଯାଚିକା ଉପରେ କୋର୍ଟ ଶୁଣାଣି କରିଛନ୍ତି । ଏନେଇ ଜୈନପୁରର ଜିଲ୍ଲା ଜର୍ଜ ମଦନ ପାଲ୍‌ ମେହବୁବାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଏବଂ ୨୩ ମାର୍ଚ୍ଚକୁ ପୁନର୍ବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଦେବାନୀ ନ୍ୟାୟାଳୟର ଅଧିବକ୍ତା ହିମାଂଶୁ ଶ୍ରୀବାସ୍ତବ, ଅଧିବକ୍ତା ଉପେନ୍ଦ୍ର ବିକ୍ରମ ସିଂଙ୍କ ଜରିଆରେ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏନେଇ ଦରଖାସ୍ତ ଦାଖଲ ହୋଇଥିଲା । ୨୩ ଅକ୍ଟୋବର, ୨୦୨୦ରେ ଜାମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା କହିଥିଲେ ଯେ, ଅନୁଛେଦ ୩୭୦ ଫେରିବା ପର୍ଯ୍ୟନ୍ତ ସେ ଲଢ଼ାଇ ଜାରି ରଖିବେ । ଆମର ପତାକା ଲୁଟାଯାଇଛି । ତେଣୁ ଅନ୍ୟ କୌଣସି ପତାକାକୁ ଆମେ ଉଡ଼ାଇବାକୁ ଦେବୁ ନାହିଁ । ଜାମ୍ମୁ-କାଶ୍ମୀରର ପତାକା ଯେତେବେଳେ ତାଙ୍କର ହାତରେ ରହିବ ସେତେବେଳେ ସେ ତ୍ରିରଙ୍ଗା ଉଠାଇବେ ବୋଲି କହିଥିଲେ ।

ମେହବୁବାଙ୍କର ଏହି ବୟାନକୁ ଗତ ୨୪ ଅକ୍ଟୋବର ସନ୍ଧ୍ୟା ୬ଟା ସମୟରେ ଅଧିବକ୍ତା ଏବଂ ଜଣେ ସାକ୍ଷୀ ଶୁଣିଥିଲେ ଏବଂ ତାଙ୍କର ରାଜଦ୍ରୋହାତ୍ମକ ଭାବେ ତ୍ରିରଙ୍ଗାକୁ ଅପମାନ କରୁଥିବା ଏହି ବ୍ୟକ୍ତବ୍ୟ ମଧ୍ୟ ସେମାନେ ଶୁଣିଥିଲେ । ଏଥିରେ ତାଙ୍କୁ ମାନସିକ କଷ୍ଟ ମିଳିଥିବା ସେ କହିଥିଲେ । ଏହା ଦେଶପ୍ରତି ଅପମାନଜନକ ମନ୍ତବ୍ୟ । ଏଥିରେ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ପ୍ରତିକୂଳ ପ୍ରଭାବ ପଡ଼ିଥିଲା । ତେବେ ପୂର୍ବରୁ ମାଜିଷ୍ଟ୍ରେଟ୍‌ ଅଧିବକ୍ତାଙ୍କ ଦରଖାସ୍ତକୁ ଅସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ମୁଫ୍‌ତି ଜଣେ ବିଧାୟକ । ତେଣୁ ଲୋକ ସେବକ ହୋଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟର ସ୍ୱୀକୃତି ଆବଶ୍ୟକ ।

ତେବେ ଏହାକୁ ଚ୍ୟାଲେଞ୍ଜ କରି ଅଧିବକ୍ତା ଜିଲ୍ଲା କୋର୍ଟରେ ପୁନଃ ନିରିକ୍ଷଣ ଯାଚିକା ଦାଏର୍‌ କରିଥିଲେ । ଏହାର ବିଚାର କରି କୋର୍ଟ ମୁଫ୍‌ତିଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

   Related Posts