ବାଲେଶ୍ୱରରେ ସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ ଜେଲ୍ ସହ ଜରିମାନା
6/12/2022 at 4:52 PM

ବାଲେଶ୍ଵର, ୦୬/୧୨: ବହୁ ଚର୍ଚ୍ଚିତ ପୁରୁଣା ବାଲେଶ୍ଵରରେ ହୋଇଥିବା ସେଲୁନ ଭିତରେ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି । ଏହି ହତ୍ୟା ଘଟଣାରେ ସଂପୃକ୍ତ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଘଟଣାରେ ଅନ୍ୟତମ ଅଭିଯୁକ୍ତ ଅଭିଜିତ ସିଂହ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ବାଲେଶ୍ଵର ଦଣ୍ଡ ଶୁଣାଇଛନ୍ତି । ସୂଚନା ଥାଉକି ୨୦୧୭ ମସିହାରେ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଗଵଗାଁର ଯୁବକ ଜୟନ୍ତ ଦାସଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୟନ୍ତ ସେଲୁନରେ ଦାଢ଼ି କାଟୁଥିବା ସମୟରେ ସେମାନେ ତାଙ୍କୁ ହତ୍ୟା କରିଥିଲେ ।