ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା, ଅଭିଯୁକ୍ତକୁ ୩ ବର୍ଷ ଜେଲ ସହ ୫୦ ହଜାର ଜରିମାନା ଶୁଣାଇଲେ କୋର୍ଟ

25/08/2022 at 8:51 PM

ଫୁଲବାଣୀ, ୨୫।୮: ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଜଜ୍‌ ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରଦୀପ କୁମାର ପ୍ରଧାନ (୩୨)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋକ୍ସ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

ଘଟଣା ଅନୁସାରେ ପୀଡିତା ଖେଳ ଦେଖିବାକୁ ତା୧୧.୦୯.୨୦୧୬ ରିଖରେ ବନ୍ଦଗଡ ଯାଇଥିଲା। କାର୍ଯ୍ୟକ୍ରମରେ ଭାଗନେଇ ନଥିବାରୁ ତାକୁ ହଷ୍ଟେଲରେ ରହିବାକୁ ଦିଆଯାଇ ନଥିବାରୁ ଆଉ ଜଣେ ସାଙ୍ଗଝିଅ ସହ ଗାଆଁକୁ ଯିବାପାଇଁ ବସଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲା। ସାଙ୍ଗରେ ଥିବା ଝିଅ ଫୋନ୍ କରି ଅଭିଯୁକ୍ତକୁ ଡାକିବାରୁ, ଆଉ ଜଣେ ବ୍ୟକ୍ତି ସହ ସେ ମଟର ସାଇକେଲ ନେଇ ଆସିଥିଲା । ଚାରିଜଣ ସେହି ମଟର ସାଇକେଲରେ ଗାଁ ଅଭିମୁଖେ ଯାତ୍ରା କରିଥିଲେ । ସେସ୍କାଜୋଡି ଜଙ୍ଗଲ ରାସ୍ତାରେ ଗାଡ଼ି ଅଟକାଇ ଅନ୍ୟ ଝିଅ ଆଉ ଜଣେ ଲୋକ ସହ ଜଙ୍ଗଲ ଭିତରକୁ ଯିବାରୁ, ଅଭିଯୁକ୍ତ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବାବେଳେ ସେହି ରାସ୍ତାରେ ଦୁଇଜଣ ଲୋକ ଆସି ଯାଇଥିଲେ ।

ପରେ ପୀଡିତାକୁ ଛାଡ଼ିଦେଇ ମଟର ସାଇକେଲ ନେଇ ପଳାଇ ଯାଇଥିଲା ଅଭିଯୁକ୍ତ । ପୀଡିତା ସେମାନଙ୍କ ସହ ତାଙ୍କ ଗାଁକୁ ଯାଇ ରାତିରେ ଆଶ୍ରୟ ନେଇଥିଲା। ସକାଳୁ ପୀଡିତାର ବାପା ଖବର ପାଇ ଝିଅକୁ ନେଇ ଗାଆଁକୁ ଫେରିଥିଲେ ଏବଂ ପୀଡିତାଠାରୁ ସମସ୍ତ ଘଟଣା ଶୁଣି ଫିରିଙ୍ଗିଆ ଥାନାରେ ମାମଲା ଦାଏର କରିଥିଲେ। ଅଭିଯୋଗ ଅନୁସାରେ ଥାନାଧିକାରୀ ଫିରିଙ୍ଗିଆ ଥାନା କେଶ୍ ନମ୍ବର ୧୧୨/୧୬ ରେ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ଉକ୍ତ ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

   Related Posts