ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜଫ୍ରେମ ! ରାହୁଲ କହିଲେ ‘ମୁଁ ନିର୍ଦୋଷ’
12/06/2018 at 10:28 AM

ଆରଏସସ ବିରୋଧରେ ଆପତ୍ତିଜନକ ବୟାନ ପାଇଁ ରାହୁଳ ଗାନ୍ଧିଙ୍କ ବିରୋଧରେ ଫୌଜାଦରୀ ମାନହାନୀ ମାମଲା । ମହାରାଷ୍ଟ୍ରର ଭିୱାଣ୍ଡି କୋର୍ଟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧି। ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଛନ୍ତି ଭିୱାଣ୍ଡି କୋର୍ଟ। ୨୦୧୪ରେ ଏକ ନିର୍ବାଚନ ରାଲିରେ ମହାତ୍ମା ଗାନ୍ଧିଙ୍କ ହତ୍ୟା ପାଇଁ ଆରଏସଏସକୁ ଦାୟୀ କରିଥିଲେ ରାହୁଲ । ଏଥିପାଇଁ ରାହୁଲ ଗାନ୍ଧିଙ୍କ ବିରୋଧରେ ଭିୱାଣ୍ଡିରେ ଫୌଜଦାରୀ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା। ଜୁନ୍ ୧୨ରେ କୋର୍ଟରେ ହାଜର ହେବାପାଇଁ ରାହୁଲ ଗାନ୍ଧିଙ୍କୁ ଭିୱାଣ୍ଡି କୋର୍ଟ ମେ ୨ରେ ସମନ ଜାରି କରିଥିଲେ।