ମହିଳାଙ୍କ ଟାଟୁ ଯୋଗୁ ନିର୍ଦ୍ଦୋଷରେ ମୁକ୍ତ ହେଲା ଦୁଷ୍କର୍ମ ଅଭିଯୁକ୍ତ, ଜାଣନ୍ତୁ ଏମିତି କ'ଣ ଲେଖାଥିଲା ଟାଟୁରେ

Published By : Prameya-News7 Bureau | October 02, 2019 IST

ରୋହତକ:  ମହିଳାଙ୍କ ଶରୀର ଏକ ଟାଟୁ ତାଙ୍କପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ କୋର୍ଟରେ  ନିର୍ଦ୍ଦୋଷ ପ୍ରମାଣିତ କରିଛି । ରୋହତକରେ ଘଟିଥିବା ଏହି ଘଟଣା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନୈକା ବିବାହିତା ମହିଳା ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଥିଲେ। ସେହି ଅନୁସାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୋକଦ୍ଦମା କୋର୍ଟରେ ଚାଲିଥିଲା।

{"id":165456,"width":579,"height":324}

ଅଭିଯୁକ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ଏକ ପ୍ରମାଣ ଉପସ୍ଥାପନା କରାଯାଇଥିଲା। ଯେଉଁଥିରେ ମହିଳା ଯୁବକର ନାମ ତାଙ୍କ  ଶରୀରରେ ଟାଟୁ କରିଥିଲେ। ଏ ନେଇ ପରିବାର କୋର୍ଟକୁ ଜଣାଇବାରୁ ଏହା ଏକ ପ୍ରେମ ଓ ଆକ୍ରୋଶଜନିତ ମାମଲା କହି କୋର୍ଟ ମୋକଦ୍ଦମା ଖାରଜ କରିଦେଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି।

{"id":165457,"width":572,"height":858}

୨୦୧୮ ମସିହାରେ ସବଜୀମଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ମହିଳା ପଡିଶାଘରେ ରହୁଥିବା ଯୁବକ ତାଙ୍କୁ ଡାକି ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ସବଜୀମମଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ବିରୋଧ କରିବାରୁ ଯୁବକ ତାଙ୍କୁ ମାରପିଟ କରିବା ସହ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ତାଙ୍କ ପିଲାମାନଙ୍କୁ ମଧ୍ୟ ଜୀବନରେ ମାରିଦେବାର  ଧମକ ଦେଇଥିଲା ବୋଲି ମହିଳା ଅଭିଯୋଗ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.