ସତ୍ୟ ଖବର ପ୍ରସାର ପାଇଁ ସାହସ ଜରୁରୀ; ପ୍ରମେୟ, ନ୍ୟୁଜ୍ ୭ ଓ ଡିଜିଟାଲ ୱିଙ୍ଗର ଜନ୍ମ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର: ପ୍ରମେୟ, ନ୍ୟୁଜ୍ ୭ ଏବଂ ଏହାର ଡିଜିଟାଲ ୱିଙ୍ଗର ଜନ୍ମ ଉତ୍ସବ ଶନିବାର ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୃଜନଶୀଳ ଦକ୍ଷତା ଉପରେ ଜୋର ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ବିନା ସାହାସରେ ସତ୍ୟ ଖବର ପ୍ରସାର ହୁଏନାହିଁ । ୧୮୩୭ରେ ଖ୍ରୀଷ୍ଟିଆନ ପ୍ରେସ ଆରମ୍ଭ ହେଲା । ପାଖାପାଖି ୨୦୦ ବର୍ଷର ଇତିହାସ ହେଲାଣି । ଓଡ଼ିଆ ଆତ୍ମାକୁ ଜାଗୃତ କରିବାରେ ରାଜ୍ୟର ସମସ୍ତ ଗଣମାଧ୍ୟମ ଦାୟିତ୍ୱ ନିଭାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଥିଲେ, ଆଜିର ବସ୍ତୁବାଦୀ ଏବଂ ଆର୍ଥିକ ଦୁନିଆରେ ଆମେ ସମସ୍ତେ ଅର୍ଥନୈତିକ ସୁଯୋଗ ସହ ଜଡିତ ରହିଛି । ଅର୍ଥନୈତିକ ସୁଯୋଗ ସହ ଦକ୍ଷତା ସବୁବେଳେ ଜଡିତ ରହିଛି । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ସୃଜନଶୀଳ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ କରୁଛି, ଯେଉଁଥିରେ ଆମେ ଆଜି ଯାଏ ପଛରେ ରହିଛୁ ।

ଏହାସହ ସେ କହିଥିଲେ ଯେ ହଜାର ହଜାର ବର୍ଷ ପୂର୍ବରୁ ଓଡିଶା ଏହାର ସୃଜନଶୀଳ ଦକ୍ଷତା ପାଇଁ ପ୍ରସିଦ୍ଧି ଲାଭ କରିଛି । ପୁରୀ, କୋଣାର୍କ ଏବଂ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଜଣେ ଦକ୍ଷତା ଦେଖିପାରିବ । ଏକବିଂଶ ଶତାବ୍ଦୀରେ ଆମ ସମସ୍ତଙ୍କୁ ପୁଣି ଥରେ ଏହାକୁ ସୃଷ୍ଟି କରିବାକୁ ପଡିବ । ଏହାସହ ଆଞ୍ଚଳିକ ଭାଷାରେ ଶିକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ସେ ଜୋର ଦେଇଥିଲେ ।

wp:html /wp:html

ଭାରତର ଜି-୨୦ ଅଧ୍ୟକ୍ଷତା କଥା ଉଲ୍ଲେଖ କରି ଏହାକୁ ସେ ଗୌରବର ବିଷୟ ବୋଲି କହିଥିଲେ । ଆସନ୍ତା ବର୍ଷ ଏପ୍ରିଲରେ ଶିକ୍ଷା, ଶକ୍ତି ଏବଂ ସାଂସ୍କୃତିକ ବିଭାଗର ଜି-୨୦ ସବ-କମିଟି ବୈଠକ ଓଡିଶାରେ ଆୟୋଜିତ ହେବ ବୋଲି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଭାରତୀୟ ସିନେ ନିର୍ମାତା ଏବଂ ଲେଖକ ପ୍ରୀତିଶ ନନ୍ଦୀ ଆବେଗ(passion) ଏବଂ ଜୀବନରେ ସଫଳତା ପାଇବାରେ ଏହା କିପରି ସହଯୋଗ କରେ ତାହା ଉପରେ ମତ ରଖିଥିଲେ । ଏହାସହ ତାଙ୍କ ଜୀବନର ଇତିହାସ ଏବଂ କିପରି ଲେଖକ ହେଲେ ସେହି ଯାତ୍ରା ବିଷୟରେ କହିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.