ଏକାଠି ଡ୍ରିଙ୍କ୍‌ କରୁଥିବା ଦମ୍ପତ୍ତି ବଞ୍ଚିଥାନ୍ତି ଦୀର୍ଘ ଓ ସୁଖଦ ଜୀବନ: ରିସର୍ଚ୍ଚ

Published By : Prameya-News7 Bureau | April 09, 2024 IST

Deccan Chronicle

ନୂଆଦିଲ୍ଲୀ: ସାଧାରଣତଃ ସୁସ୍ଥ ରହିବା ପାଇଁ ମଦ ପିଇବାକୁ ମନା କରାଯାଇଥାଏ। ଆହୁରି ମଧ୍ୟ ମଦ୍ୟପାନ କରିବାର ଅନେକ କୁପ୍ରଭାବ ମଧ୍ୟ ରହିଛି। ହେଲେ ନିକଟରେ ଏକ ଗବେଷଣାରୁ ଏଭଳି କିଛି ଜଣା ପଡ଼ିଛି ଯାହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପ୍ରକୃତରେ ନିକଟରେ ଆସିଥିବା ଏକ ଗବେଷଣା ରିପୋର୍ଟରେ ଜଣାପଡ଼ିଛି ଯେ, ଯେଉଁ ଦମ୍ପତ୍ତି ଏକାଠି ଡ୍ରିଙ୍କ୍‌ କରିଥାନ୍ତି, ସେମାନଙ୍କ ବୈବାହିକ ଜୀବନ ବେଶ୍‌ ସୁଖଦ ରହିଥାଏ। 

ଏହି ଗବେଷଣା ପ୍ରାୟ ୪,୫୦୦ କପଲଙ୍କ ଉପରେ ପ୍ରାୟ ଦୁଇ ଦଶନ୍ଧି ଧରି କରାଯାଇଥିଲା। ଗବେଷଣାରୁ ମିଳିଛି ଯେ, ଯେଉଁ ଦମ୍ପତ୍ତିଙ୍କ ଡ୍ରିଙ୍କିଂ ଅଭ୍ୟାସ ରହିଛି ସେମାନେ ଅଧିକ ବୟସ ବଞ୍ଚୁଛନ୍ତି। ମିଚିଗାନ ୟୁନିଭର୍ସିଟିର ପ୍ରଫେସର ଡ. କିରା ବିରଡିଟ କହିଛନ୍ତି, ଏହି ଥିଓରିକୁ ‘ଡ୍ରିଙ୍କିଂ ପାର୍ଟନରସିପ୍‌’ ବୋଲି କୁହାଯାଏ। ଏହାର ଉଦ୍ଦେଶ୍ୟ ଆଲହକଲ ବ୍ୟବହାର ଦ୍ବାରା ଦମ୍ପତ୍ତି ମାନଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି ତାହା ଜାଣିବା ଥିଲା।

ଗବେଷଣାର ଜଣା ପଡ଼ିଛି ପତ୍ନୀଙ୍କ ବା ପାର୍ଟନରଙ୍କ ସହ ମିଶି ଡ୍ରିଙ୍କ୍‌ କରିବା ଦ୍ବାରା ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। ଉଭୟଙ୍କ ମଧ୍ୟରେ ଆନ୍ତରିକତା ଆହୁରି ଅଧିକ ବୃଦ୍ଧି ପାଇଥାଏ। ଏହା ଉଭୟଙ୍କ ସମ୍ପର୍କ ଉପରେ ଭଲ ପ୍ରଭାବ ପକାଇଥାଏ। ଏହା ବୈବାହିକ ଜୀବନରେ ଡ୍ରିଙ୍କ୍ କରୁନଥିବା ଦମ୍ପତ୍ତିଙ୍କ ତୁଳନାରେ ଅଧିକ ଭଲ ରହିଥାଏ। 

ତେବେ ସେ, କହିଛନ୍ତି ଅବଶ୍ୟ ଏହି ସର୍ଭେ କୌଣସିପ୍ରକାରେ ଡ୍ରିଙ୍କ୍‌ କରିବାକୁ ପ୍ରୋତ୍ସହିତ କରୁନାହିଁ। ଏହା କେବଳ ଏଭଳି ଭାବରେ ପାର୍ଟନରଙ୍କ ସହ ମଦ୍ୟପାନର କିଛି ଫାଇଦା ବିଷୟରେ କୁହାଯାଇଛି। ଦୁହିଁଙ୍କ ମଧ୍ୟରେ ଏଭଳି ସମାନ ଅଭ୍ୟାସ ରହିବା ଦ୍ବାରା ପରସ୍ପରର ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ଅତ୍ୟଧିକ ମଦ୍ୟପାନ ଦ୍ବାରା ଦମ୍ପତ୍ତିଙ୍କ ମଧ୍ୟରେ କଳହ ଏବଂ ଅସନ୍ତୋଷ ମଧ୍ୟ ଦେଖାଦେଇଥାଏ। ଆଉ ସମ୍ପର୍କ ଖରାପ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.