ବିବାହର ୪ ମାସ ପରେ ସ୍ବାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା
17/08/2018 at 7:28 AM

ଭଦ୍ରକ୧୭/୮: ବିବାହକୁ ଚାରି ମାସ ନ ପୂରୁଣୁ ବିଷ ପିଇ ସ୍ବାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମପୁର ଗାଁରେ। ମୃତ ସ୍ବାମୀ ସ୍ତ୍ରୀ ହେଲେ ଧର୍ମେନ୍ଦ୍ର ତ୍ରିପାଠୀ ଓ ପୁର୍ଣ୍ଣିମା ତ୍ରିପାଠୀ। ପୁର୍ଣିମା ଙ୍କ ଘର କଟକ ଜିଲ୍ଲା ଆଠଗଡ ଅଞ୍ଚଳ ରେ। ସେ ଚାରି ମାସ ତଳେ ଧର୍ମେନ୍ଦ୍ର ଙ୍କୁ ବିବାହ କରିଥିଲେ। ଦୁଇ ଦିନ ତଳେ ଧର୍ମେନ୍ଦ୍ର ଶ୍ବଶୁର ଘରୁ ଫେରିଥିଲେ। ଗତକାଲି ବିଳମ୍ବିତ ରାତି ରେ ସ୍ବାମୀ ବିଷ ପିଇ ଥିବା ନେଇ ଶ୍ବଶୁର ଙ୍କୁ କହିଥିଲେ। ଧର୍ମେନ୍ଦ୍ର ଙ୍କୁ ଘର ଲୋକେ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ପୁର୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଗୋଟେ ଆମ୍ବୁଲାନ୍ସ ରେ ଭଦ୍ରକ ମୁଖ୍ୟ ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଧର୍ମେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁର୍ଣ୍ଣିମାଙ୍କୁ କଟକ ଡାକ୍ତରଖାନାକୁ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।