ଚଳନ୍ତା ବାଇକରେ ପ୍ରେମୀଯୁଗଳ କରୁଥିଲେ ରୋମାନ୍ସ : ଭିଡିଓ ଭାଇରାଲ ହେବା ପରେ ଖୋଜୁଛି ପୋଲିସ୍

Published By : Prameya-News7 Bureau | September 09, 2021 IST

ଭୋପାଲ ୦୯/୦୯ : ପ୍ରେମ କରିବା କୌଣସି ଅପରାଧ ନୁହେଁ । କିନ୍ତୁ ପ୍ରେମ ପାଇଁ ନିଜର ଓ ନିଜ ପାର୍ଟନରକୁ ଅସୁବିଧାରେ ପକାଇବା ବୋଧ ହୁଏ ଏହା ବୋକାମିର ବୁଦ୍ଧି ହୋଇପାରେ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ଚର୍ଚ୍ଚିତ ରୋଡ ତଥା ଭିଆଇପି ରୋଡ କୁହାଯାଏ । ଏହି ରୋଡରେଏଭଳି କିଛି ଦେଖିବାକୁ ମିଳିଥିଲା ଯାହା ଲୋକମାନେ ଦେଖି ଭିଡିଓ ବନାଇବାରେ ଲାଗିଥିଲେ । ତେବେ ସେଠାରେ ଯାଉଥିବା ଲୋକମାନେ ପ୍ରେମୀ ଯୁଗଳକୁ ଦେଖିଥିଲେ କେବଳ ଏତିକି ନୁହେଁ ଦୁହଁଙ୍କର ଚଳନ୍ତା ବାଇକ୍ ରେ ବସି ରୋମାନ୍ସ କରୁଥିବାର ନଜର ଆସିଥିଲେ । ଜଣେ ଯୁବକ-ଯୁବତୀଙ୍କ ଚଳନ୍ତା ବାଇକ ଉପରେ ଲଭ୍ ସିନ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଭୋପାଳର ଭିଆଇପି ରୋଡର ବୋଲି ଜଣାପଡିଛି ।  ଏହି ଘଟଣାରେ  ଯୁବକ ଜଣଙ୍କ ବାଇକ୍ ଚଳାଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ତାଙ୍କ ମୁହଁ ବାଇକ ଚଳାଉଥିବା ଯୁବକ ଆଡକୁ ରହିଛି । ଯୁବକ ମଧ୍ୟ ସାମ୍ନାକୁ ବସିଥିବା ଯୁବତୀଙ୍କୁ ଆଲିଙ୍ଗନ କରି ବାଇକ୍ ଚଳାଉଛନ୍ତି । ଯେତେବେଳେ ଦୁହେଁ ଭିଆଇପି ରୋଡରେ ଯାଉଥିଲେ, ସେତେବେଳେ ପାଖରେ ଯାଉଥିବା କାର ଭିତରୁ କେହିଜଣେ ଏହି ଭିଡିଓକୁ ସୁଟ୍ କରିଥିଲେ ।

wp:html /wp:html

ଏହି ୧୩ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବରେ ହୋଇଛି । ଭିଡିଓରେ ବାଇକ ଉପରେ ଯୁବକଙ୍କୁ ଆଲିଙ୍ଗନ କରି ବସିଥିବା ଯୁବତୀ ମୋବାଇଲକୁ ଦେଖିବା ପରେ ମୁଣ୍ଡ ତଳକୁ କରୁଥିବା ଦେଖିବାକୁ ମିଳୁଛି । ଏଭଳି ବିପଜ୍ଜନକ ଭାବରେ ବାଇକ୍ ଚଳାଇବାର ଭିଡିଓ କେବେ ସୁଟିଂ ହୋଇଛି, କିଏ କରିଛି ଓ ବାଇକ ଉପରେ ଦେଖାଯାଉଥିବା ଯୁବକ ଯୁବତୀ କିଏ, ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ । ଏଥିପାଇଁ ପୋଲିସ୍ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ଦୁହିଁଙ୍କୁ ଖୋଜିବାରେ ଲାଗିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.