ଟୋକିଓରେ ଦମ୍ ଦେଖାଇବାକୁ ତୟାର ଭାରତୀୟ, ଫୋକସରେ ଷ୍ଟାର ଖେଳାଳୀ ଓ ସମ୍ପର୍କର ପ୍ରତିଯୋଗିତା

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭ : ହାତରେ ଆଉ ସମୟ କମ୍ । କ୍ରୀଡା ମହାକୁମ୍ଭରେ ଦମ୍ ଦେଖାଇବେ ଭାରତୀୟ ଖେଳାଳୀ । ୧୨୨ ଜଣିଆ ଭାରତୀୟ ଦଳ ଟୋକିଓ ଅଲମ୍ପିକରେ ସଫଳତାର ଭରସା ଓ ବିଶ୍ବାସ ରଖିଛନ୍ତି । ଆଥଲେଟ ଠାରୁ ଆରମ୍ଭ କରି ତୀରନ୍ଦାଜୀ ସବୁଠି କରିବେ କମାଲ ଭାରତୀୟ ଖେଳାଳୀ । ତେବେ ଏକ ବିଶେଷ ଦୃଷ୍ଟିରୁ ଏଥର ପ୍ରତିଯୋଗିତା ସବୁଠୁ ଟପ୍ ।

wp:html /wp:html

କାରଣ ମୈଦାନରେ ଦେଖିବାକୁ ମିଳିବ ସମ୍ପର୍କର ପ୍ରତିଯୋଗିତା । ସେହିଭଳି ଟୋକିଓ ଅଲମ୍ପିକ୍ ଏଥର କିଛି ଷ୍ଟାର ଖେଳାଳୀଙ୍କ ଶେଷ ସୁଯୋଗ ହୋଇପାରେ । ସୁପର ମମ୍ ତତା ୬ ଥର ବିଶ୍ବ ଚାମ୍ପିଅନ ଏମ.ସି ମେରିକମ, ଟେନିସ୍ ଷ୍ଟାର ସାନିଆ ମିର୍ଜା, ସେମାନଙ୍କ ଉପରେ ରହିଛି ନଜର । ଏମାନେ ଶେଷ ପ୍ରତିଯୋଗିତାକୁ ଅବିସ୍ମରଣୀୟ କରିବାକୁ ନିଶ୍ଚିତ ଭାବେ କରିବେ କସରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.