ଆପତ୍ତିଜନକ ଅବସ୍ଥାରେ ଧରା ପଡ଼ିଲେ କପଲ୍: ଅର୍ଦ୍ଧ ନଗ୍ନକରି ବାଜା ବଜାଇ ରାସ୍ତାରେ ବୁଲାଇଲେ ଗାଁ ଲୋକ

Published By : Prameya-News7 Bureau | September 19, 2019 IST

ସାହେବଗଞ୍ଜ ୧୯|୯:  ଏକ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଗାଁ ଲୋକ ଧରିଛନ୍ତି। ଏମାନଙ୍କ ଏଭଳି କାର୍ଯ୍ୟାକଳାପ ପାଇଁ ଗାଁ ପଞ୍ଚାୟତ ସେମାନଙ୍କୁ ଦଣ୍ଡ ଦେଇଛି। ଉଭୟଙ୍କୁ ଅଧା ଲଣ୍ଡା କରିବା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ବାଜା ବଜାଇ ରାସ୍ତାରେ ବୁଲା ଯାଇଛି। 

{"id":159687}

ସୂଚନାଯୋଗ୍ୟ ଯେ,  ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାର ତାଲଝାରୀ ଅଞ୍ଚଳର ଜଣେ ବ୍ୟକ୍ତି ଆଦିବାସୀ ମହିଳାଙ୍କ ସହ ଅବୈଧ ସଂପର୍କ ରଖୁଥିଲା। ଅଧିକାଂଶ ସମୟରେ ଆପତ୍ତିଜନକ ଅବସ୍ଥାରେ ଗାଁ ଲୋକ ଉଭୟଙ୍କୁ ଦେଖିଇଛନ୍ତି। ଏଥର କିନ୍ତୁ ଉଭୟଙ୍କ ମଧ୍ୟରେ ଚାଲିଥିବା ଅବୈଧ ସଂପର୍କ କଥା ଗାଁ ପଞ୍ଚାୟତକୁ ଯାଇଥିଲା। ପଞ୍ଚାୟତର ନିଷ୍ପତ୍ତିକ୍ରମେ ଏହି ଯୋଡିଙ୍କୁ ଅଧାଲଣ୍ଡା କରିବା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ତାଙ୍କ ବେକରେ ଜୋତା ମାଳ ପକାଇ ଗାଁରେ ବୁଲା ଯାଇଥିଲା।

{"id":159688}

ଏହି ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେହି ସେମାନଙ୍କୁ ଉଦ୍ଧାର କରିଛି। ଏହିଭଳି ଆଉ ଥରେ ହେଲେ ଗାଁ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୋଲିସ କହିଛି। ଏହି ଗାଁର ପ୍ରଥା ଅନୁସାରେ ଯେଉଁ ଲୋକ ଏହିଭଳି କାର୍ଯ୍ୟ କରିବ ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ସେମାନଙ୍କୁ ଦଣ୍ଡ ମିଳିଥାଏ। ଗାଁର ଏହି ନୀତି ନିୟମକୁ ପୋଲିସ ବାରମ୍ବାର ବିରୋଧ କରିଛି। ଏହା ସତ୍ବେ ଗାଁ ଲୋକ ଏହି ପ୍ରଥାକୁ ପାଳନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.