ମୋପେଡ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଦମ୍ପତ୍ତି ମୃତ

Published By : Prameya-News7 Bureau | February 27, 2020 IST

ସାନଖେମୁଣ୍ଡି ୨୭।୨: ଦୁର୍ଘଟଣାରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ମୋପେଡ୍‌କୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସଂପର୍କୀୟଙ୍କ ବ୍ରତଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା ।

{"id":229831,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଣ୍ଡା ଗାଁର ଭଗବାନ ଚଇନି ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି ଗୁରୁବାର ସକାଳୁ ଆନ୍ଧ୍ରର ଭେସି ଗ୍ରାମରେ ଥିବା ଜଣେ ସମ୍ପର୍କୀୟଙ୍କ ବ୍ରତଘର ଭୋଜିରେ ଯୋଗ ଦେବାକୁ ଯାଉଥିଲେ । ଉଭୟ ସ୍ବାମୀ ଓ ସ୍ତ୍ରୀ ମୋପେଡ୍‌ରେ ଯାଉଥିବା ସମୟରେ ଜାତୀୟ ରାଜପଥର କୁଲାମ ଓ ଭେସି ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

{"id":229832,"sizeSlug":"large"}

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଏବଂ ମୋପେଡ୍‌କୁ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.