୩ ଦିନ ତଳେ ହୋଇଥିଲା ବିବାହ, ହେଲେ ବାହାନଗା ଷ୍ଟେସନରେ ହୋଇଗଲେ ଅଲଗା

Published By : Prameya-News7 Bureau | June 07, 2023 IST

କଟକ ୦୭/୦୬: ବାହାନଗା ରେଳ ଦୁର୍ଘଟଣା ଆହତଙ୍କୁ ନେଇ ଦୈନିକ ନୂଆ ନୂଆ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କଟକ ଏସ୍ ସି ଵିରେ ଆହତ ନଵଵିଵାହିତ ଦମ୍ପତ୍ତି ଚିକିତ୍ସିତ ହେବା ଓ ଚିକିତ୍ସା ପରେ ପୁଣି ପରସ୍ପରକୁ ଖୋଜି ପାଇବା ଘଟଣା ଏଵେ ସାମ୍ନାକୁ ଆସିଛି । ସିଏମ୍‌ସି ପକ୍ଷରୁ ଏ ସମ୍ପର୍କରେ ଟୁଇଟ କରାଯିଵା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ସୂଚନାଥାଉକି, ମାତ୍ର ତିନି ଦିନ ତଳେ ବାହା ହୋଇ ବିଶାଖାପାଟଣା ଯାଉଥିଲେ ନବ ଦମ୍ପତ୍ତି ମହମ୍ମଦ ରଫିକ ଓ ଦୀପିକା ପାଲି । ସେମାନେ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ତେବେ ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗସ୍ତ ହେବା ସହ ଦୁର୍ଘଟଣା ପ୍ରଭାବରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଉଭୟ ଗୁରୁତର ଆହତ ହୋଇଥିଲେ ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରି ଏସ୍‌ସିଵି ମେଡିକାଲ ପଠାଇଥିଲେ ।

ଉଭୟ ଏସ୍‌ସିଵିରେ ଚିକିତ୍ସିତ ହେଉଛନ୍ତି ଓ ଏବେ ସେମାନଙ୍କୁ ପାଖାପାଖି ଵେଡରେ ରଖି ଚିକିତ୍ସା କରାଯାଉଛି । ମେଡିକାଲରେ ଉଭୟ ପରସ୍ପରକୁ ପୁଣି ଭେଟିପାରିଥିଵାରୁ ଓ ଏତେ ଵଡ ଦୁର୍ଘଟଣା ସତ୍ତ୍ୱେ ଭଗବାନ ସେମାନଙ୍କୁ ବଞ୍ଚାଇ ରଖିଥିବାରୁ ସେମାନେ ଈଶ୍ୱରଙ୍କୁ କୃତଞ୍ଜତା ଜଣାଇବା ସହ ଡାକ୍ତର ଓ ପ୍ରଶାସନକୁ ମଧ୍ୟ କୃତଞ୍ଜତା ଜଣାଇଛନ୍ତି । ତେବେ ଦୁର୍ଘଟଣା ସମୟ ଅତ୍ୟନ୍ତ ଭୟଙ୍କର ଓ ହୃଦୟ ଵିଦାରକ ଥିଲା ବୋଲି ଉଭୟ କହିଛନ୍ତି।

ଅଧିକ ଦେଖନ୍ତୁ

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.