୩୭ ହଜାର ଫୁଟ୍‌ ଉଚ୍ଚରେ ଉଡୁଥିବା ବିମାନରେ ହେଲା ବିବାହ, ଏୟାରଲାଇନ୍‌ ନେଲା ନାହିଁ କୌଣସି ଚାର୍ଜ

Published By : Prameya-News7 Bureau | November 22, 2019 IST

ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡର ଗୋଟେ କପଲ୍‌ ୩୭ ହଜାର ଫିଟ୍‌ ଉଚ୍ଚରେ ଉଡୁଥିବା ବିମାନରେ ବିବାହ କରିଛନ୍ତି। ଏଥିପାଇଁ ବିମାନ କମ୍ପାନୀ ଜେଡ୍‌ଷ୍ଟାର କୌଣସି ଚାର୍ଜ ନେଇ ନାହିଁ। ବିମାନରେ ଥିବା କ୍ରୁ ସଦସ୍ୟ ନିଜ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

ଅଷ୍ଟ୍ରେଲିୟାର ସିଡନୀରୁ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ସହର ଯାଉଥିବା ଏହି ଫ୍ଲାଇଟ୍‌ରେ ଏଭଳି ଶୁଭ କାର୍ଯ୍ୟ ହୋଇଛି। ଫ୍ଲାଇଟ୍‌ ଟେକଅଫ କରିବା ପରେ କପଲ ପରସ୍ପରଙ୍କୁ ପ୍ରେମ ନିବେଦନ କରିଥିଲେ। ଯେତେବେଳେ ଫ୍ଲାଇଟ୍‌ ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡ ମଝିରେ ପହଞ୍ଚିଲା ସେତେବେଳେ ଉଭୟ ପରସ୍ପରଙ୍କୁ “ଆଇ ଡୁ” କହିଥିଲେ।

{"id":188250,"sizeSlug":"large"}

ସବୁଠୁ ଖାସ କଥା ଏହା ଯେ, ଡେଭିଡ୍‌ ନାମକ ଯୁବକ ଅଷ୍ଟ୍ରେଲିୟାର ବାସିନ୍ଦା ଓ ଯୁବତୀ କେଥି  ନ୍ୟୁଜିଲାଣ୍ଡରେ ରହୁଥିଲେ। ଏହା ଉଭୟ ଦମ୍ପତ୍ତିଙ୍କ ପାଇଁ ଏକ ନିଆରା ଅନୁଭବ ଥିଲା। ଏହି ସମୟକୁ ଜୀବନସାରା ସେମାନେ ମନେ ରଖିବେ। ସୂଚନାଯୋଗ୍ୟ ଯେ, ଏହି ମୂହୁର୍ତ୍ତକୁ ସ୍ପେସିଆଲ କରିବା ପାଇଁ ଉଭୟ ବିମାନରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.